ଭୁବନେଶ୍ବର:ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୃହରେ ସୂଚନା ଦେଇଛନ୍ତି।
କୋଟିଆ ଓ ସୀମାବର୍ତ୍ତୀ ଗ୍ରାମରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅଞ୍ଚଳ ଗୁଡିକରେ ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ବର୍ଗ ଯଥା ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ଏଡସ ରୋଗୀ, କୁଷ୍ଠ ରୋଗୀ ଓ ଅବିବାହିତ ମହିଳା ମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ମାସିକ 500, 700 ଓ 900 ତାଙ୍କ ପଯ୍ୟନ୍ତ ଭତ୍ତା ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଧା ଜାତୀୟ ସାମାଜିକ ସୁରକ୍ଷା ଓ ମଧୁବାବୁ ପେନସନ ଯୋଜନାରେ ସମୁଦାୟ 48ଲକ୍ଷ 56 ହଜାର 660ଜଣଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ସାମାଜିକ ସୁରକ୍ଷା ନିମନ୍ତେ ବଜେଟରେ 1524 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ସମଲିଙ୍ଗୀଙ୍କୁ ସାମିଲ କରିବା ସହ ସାହାୟ କାର୍ଯ୍ୟକ୍ରମ ଜରିଆରେ ସହାୟତା ପ୍ରଦାନ କରାଯାଉଛି ।