ଭୁବନେଶ୍ବର: କୋଭିଡ ମୃତକଙ୍କ ନିମନ୍ତେ ସରକାର ଦେଉଥିବା ଆର୍ଥିକ ସହାୟତା ଆବେଦନର ବଢିଲା ଅବଧି । ଆସନ୍ତା ମେ ’ 28 ତାରିଖ ପର୍ଯ୍ୟନ୍ତ ସହାୟତା ରାଶି ପାଇଁ ଆବେଦନ କରିପାରିବେ ମୃତକଙ୍କ ପରିବାର ।
କୋଭିଡ-୧୯ ରେ ମୃତ୍ୟୁ ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଦିଆଯାଉଛି। ଯେଉଁ ବ୍ୟକ୍ତିମାନେ ୨୦୨୨ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ ୧୯ ରେ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ନିକଟତମ ସଂପର୍କୀୟମାନେ ଯଦି ଏହି ସହାୟତା ରାଶି ପାଇନାହାନ୍ତି ତେବେ ସେମାନେ ଜିଲ୍ଲାପାଳଙ୍କୁ ଅଫଲାଇନ କିମ୍ବା ଅନଲାଇନ ଜରିଆରେ ମେ ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ।
ଆବେଦନ ପତ୍ର ଦରଖାସ୍ତ ଓ ଆବଶ୍ୟକୀୟ ଦସ୍ତାବିଜ ସହିତ ଜିଲ୍ଲାପାଳଙ୍କୁ ଅଫଲାଇନ କିମ୍ବା ଅନ୍ଲାଇନରେ https://caps.odisha.gov.in ୱେବସାଇଟ ଜରିଆରେ ଆସନ୍ତା ୬୦ ଦିନ ଅର୍ଥାତ ୨୦୨୨ ମେ’ ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଯଦି କୌଣସି ବ୍ୟକ୍ତି ୨୦୨୨ ମାର୍ଚ୍ଚ ୨୦ ତାରିଖ ପରେ ମୃତ୍ୟୁବରଣ କରିଛନ୍ତି କିମ୍ବା ପରେ କୋଲିଡ୧୯ ରେ ମୃତ୍ୟୁବରଣ କରିଛନ୍ତି ତେବେ ତାଙ୍କ ଆତ୍ମୀୟସ୍ବଜନ ସହାୟତା ରାଶି ନିମନ୍ତେ ମୃତ୍ୟୁ ଘଟିଥିବା ଦିନଠାରୁ ୯୦ ଦିନ ମଧ୍ୟରେ ଅବେଦନ ପତ୍ର/ଦରଖାସ୍ତ ଓ ଆବଶ୍ୟକୀୟ ଦସ୍ତାବିଜ ସହିତ ଜିଲ୍ଲାପାଳଙ୍କୁ ଅଫଲାଇନ କିମ୍ବା ଅନଲାଇନଜରିଆରେ ଆବେଦନ କରିପାରିବେ ।