ଭୁବନେଶ୍ବର: କୋରୋନା କାଳରେ ନୂଆ ଢଙ୍ଗରେ ଚାଲିବ ସରକାରୀ କାର୍ଯ୍ୟାଳୟ । ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ମୁତାବକ ଅଧା କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଏଣିକି 50 ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ - ସରକାରୀ କାର୍ଯ୍ୟାଳୟରେ ନୂଆ ନିୟମ
କୋରୋନା କାଳରେ ନୂଆ ଢଙ୍ଗରେ ଚାଲିବ ସରକାରୀ କାର୍ଯ୍ୟାଳୟ । ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଣିକି 50 ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ବିଭାଗ
ଲୋକସେବା ଭବନ, ଖାରବେଳ ଭବନ ସମେତ ସମସ୍ତ ସରକାରୀ ବିଭାଗରେ ଏହି ନିୟମ ଲାଗୁ ହେବା ନେଇ ସ୍ପଷ୍ଟ ହୋଇଛି । ନିୟମ ଅନୁଯାୟୀ କାର୍ଯ୍ୟାଳୟରେ କେବଳ 50 ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ । ତେବେ କେଉଁ ଢାଞ୍ଚାରେ କର୍ମଚାରୀମାନେ ଆସିବେ ସେନେଇ ବିଭାଗ ସମସ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ