ଭୁବନେଶ୍ବର:ରାଜ୍ୟରେ ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଚଳାଚଳ କରିବ ଅଧିକ OSRTC ବସ । OSRTC ବସ ଚଳାଚଳ ଏବଂ ଆନ୍ତରାଜ୍ୟ ବସ୍ ଚଳାଚଳ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷତା ଏହି ବୈଠକ ହୋଇଛି ।
ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ଯେଉଁସବୁ ପ୍ରସ୍ତାବ ରହିଛି ସେସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ରାଜ୍ୟରେ ଲୋକଙ୍କ ଚାହିଦା ଅନୁଯାୟୀ ଗମନାଗମନ ପାଇଁ ପରିବହନ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି । ବିଶେଷ କରି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ରାଜ୍ୟ ସଡ଼କ ପରିବହନ ପକ୍ଷରୁ ଅଧିକ ସଂଖ୍ୟକ ବସ ଚଳାଚଳ କରିବା ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି ।
ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ରାଜ୍ୟର ଉତ୍ତରାଞ୍ଚଳ ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ସମେତ ପୁରୀ ଜିଲ୍ଲାକୁ ମଧ୍ୟ ଦିନବେଳା ସରକାରୀ ବସ ଚଳାଚଳ ନେଇ ବୈଠକରେ ଆଲୋଚନା ହୋଇଛି । ଏହା ଦ୍ଵାରା ରାଜ୍ୟର ଜନସାଧାରଣ ଗମନାଗମନ କ୍ଷେତ୍ରରେ ଅଧିକ ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।