ଓଡିଶା

odisha

ETV Bharat / city

ଟିକସ ହ୍ରାସ କରି ସରକାର ତୈଳଦର ନିୟନ୍ତ୍ରଣ କରିପାରବେ: ସଞ୍ଜୟ ଲାଠ - ସଞ୍ଜୟ ଲାଠ

ସରକାର ଟିକସ ହ୍ରାସ କରି ତୈଳଦର ନିୟନ୍ତ୍ରଣ କରିପାରିବେ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲରର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି । ଅଧିକ ପଢନ୍ତୁ...

Government can control raising price of Oil in Country, says Sanjay Lath
ଟିକସ ହ୍ରାସ କରି ସରକାର ତୈଳଦର ନିୟନ୍ତ୍ରଣ କରିପାରବେ: ସଞ୍ଜୟ ଲାଠ

By

Published : Feb 15, 2021, 4:14 PM IST

ଭୁବନେଶ୍ବର: ରାଜ୍ୟରେ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ଏଥିଲାଗି ସୋମବାର କଂଗ୍ରେସ ଓଡିଶା ବନ୍ଦ କରିଥିବା ବେଳେ ସରକାର ପେଟ୍ରୋଲିୟମ ଦରକୁ ନିୟନ୍ତ୍ରଣ କରିପାରିବେ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲରର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ।

ଟିକସ ହ୍ରାସ କରି ସରକାର ତୈଳଦର ନିୟନ୍ତ୍ରଣ କରିପାରବେ: ସଞ୍ଜୟ ଲାଠ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପେଟ୍ରୋଲିୟମ ପଦାର୍ଥ ଉପରେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି ଓ ରାଜ୍ୟ ସରକାର ଭାଟ ହ୍ରାସ କରିବାକୁ କଂଗ୍ରେସ ଦାବି କରିଛି । ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ଟଣାଓଟରା । ତେବେ ଏହି ପେଟ୍ରୋଲ ଦର ବୃଦ୍ଧି ଉପରେ ଉତ୍କଳ ପେଟ୍ରୋଲିୟମ ଡିଲରର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ପ୍ରତିକ୍ରିୟା ରଖିଛନ୍ତି ।

ବର୍ତ୍ତମାନ ବଜାରରେ ପେଟ୍ରୋଲ ଦର 89.68 ଓ ଡିଜେଲ ଦର 86. 45 ଟଙ୍କା ରହିଛି । ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ କଞ୍ଚା ତୈଳ ଦର ବଢୁଥିବାରୁ ଦେଶରେ ମଧ୍ୟ ତୈଳଦର ବୃଦ୍ଧି ପାଉଛି । ପେଟ୍ରୋଲ ଦର 32.43 ଓ ଡି଼ଜେଲ 34 ଟଙ୍କା ପ୍ରତି ଲିଟର ରହିଛି । ଏହି ତୈଳ ଉପରେ ରାଜ୍ୟ ଓ କେନ୍ଦ୍ର ସରକାର 54 ଟଙ୍କା ଟିକସ ଲଗାଇବା ଫଳରେ ତୈଳଦର ବୃଦ୍ଧି ପାଉଥିବା ସେ କହିଛନ୍ତି ।

ତେବେ ଉଭୟ ସରକାର ଏହି ତୈଳ ଦର ଉପରେ ଟିକସ ହ୍ରାସ କରିଲେ ଦର କମିଯିବ ବୋଲି ସେ ମତ ରଖିଛନ୍ତି । କୋରୋନା ସମୟରେ ରାଜସ୍ବ ହାନି ହୋଇଥିବା କାରଣରୁ ତୈଳ ଦର ଉପରେ ସରକାର 18 ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । କିନ୍ତୁ ସରକାର ଟିକସ ହ୍ରାସ କରିବା ଦ୍ବାରା ଦରକୁ ନିୟନ୍ତ୍ରଣ କରିପାରିବେ ବୋଲି ସଞ୍ଜୟ କହିଛନ୍ତି । ଏହାସହିତ ମହାମାରୀ ପାଇଁ ରାଜସ୍ବ ହାନି ହୋଇଥିବାରୁ ଲୋକମାନେ ଏହି ଦରକୁ କିଛି ସମୟ ପର୍ଯ୍ୟନ୍ତ ସହ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details