ଓଡିଶା

odisha

ETV Bharat / city

ଅକ୍ଟୋବରରେ ଖଣ୍ଡଗିରିକୁ ସ୍ଥାନାନ୍ତରିତ ହେବ ବରମୁଣ୍ଡା ବସ୍‌ ଡିପୋ

ଖୁବଶୀଘ୍ର ବରମୁଣ୍ଡା ବସଷ୍ଟାଣ୍ଡରୁ ଭାଙ୍ଗିବ ଗହଳି, ଖଣ୍ଡଗିରି ସ୍ଥିତ ସରକାରୀ ବସ ଡିପୋ ଓଏସଆରଟିସିକୁ ହସ୍ତାନ୍ତର କରିବ ବିଡିଏ । ଖଣ୍ଡଗିରିରେ ନିର୍ମାଣ କାର୍ଯ୍ୟ ଶେଷ ହେଲା ପରେ ବରମୁଣ୍ଡାରୁ ସରକାରୀ ବସ ଡିପୋ ସ୍ଥାନାନ୍ତରିତ ହେବାର କାର୍ଯ୍ୟକ୍ରମ ରହିଛି ।

By

Published : Sep 25, 2020, 11:34 AM IST

ଅକ୍ଟୋବରରେ ବରମୁଣ୍ଡାରୁ ସରକାରୀ ବସ ଡିପୋ ଖଣ୍ଡଗିରିକୁ ସ୍ଥାନାନ୍ତରିତ
ଅକ୍ଟୋବରରେ ବରମୁଣ୍ଡାରୁ ସରକାରୀ ବସ ଡିପୋ ଖଣ୍ଡଗିରିକୁ ସ୍ଥାନାନ୍ତରିତ

ଭୁବନେଶ୍ବର:ଖୁବଶୀଘ୍ର ବରମୁଣ୍ଡା ବସଷ୍ଟାଣ୍ଡରୁ ଭାଙ୍ଗିବ ଗହଳି, ଖଣ୍ଡଗିରି ସ୍ଥିତ ସରକାରୀ ବସ ଡିପୋ ଓଏସଆରଟିସିକୁ ହସ୍ତାନ୍ତର କରିବ ବିଡିଏ । ଖଣ୍ଡଗିରି ସରକାରୀ ବସ ଡିପୋ ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ । ତେବେ ନିର୍ମାଣ କାର୍ଯ୍ୟ ଶେଷ ହେଲା ପରେ ଅକ୍ଟୋବରରେ ବରମୁଣ୍ଡାରୁ ସରକାରୀ ବସ ଡିପୋ ସ୍ଥାନାନ୍ତରିତ ହେବାର କାର୍ଯ୍ୟକ୍ରମ ରହିଛି ।

ଅକ୍ଟୋବରରେ ବରମୁଣ୍ଡାରୁ ସରକାରୀ ବସ ଡିପୋ ଖଣ୍ଡଗିରିକୁ ସ୍ଥାନାନ୍ତରିତ

ଖଣ୍ଡଗିରି ସରକାରୀ ବସ ଡିପୋ ଅଢେଇ ଏକର ପରିମିତ ଜମିରେ ଏହା ନିର୍ମାଣ କରାଯାଉଛି । କିନ୍ତୁ ସଟଡାଉନ କଟକଣା ପାଇଁ ଏହି ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି । ଖଣ୍ଡଗିରି ଓଏସଆରଟିସି ବସ ଡିପୋ ,ନିର୍ମାଣଧିନ ବରମୁଣ୍ଡା ଆନ୍ତରାଜ୍ୟ ବସ ଟର୍ମିନାଲର ଏକ ଅଂଶ ବିଶେଷ । ଏହି ନିର୍ମାଣଧିନ ବସ ଡିପୋ ପ୍ରକଳ୍ପ ପ୍ରାୟ ୧୯୦ କୋଟି ଟଙ୍କା । ଏହି ନିର୍ମାଣଧିନ ପ୍ରକଳ୍ପ ମଧ୍ୟରେ ଅଫିସ ଗୃହ, ଷ୍ଟୋର, ୱାର୍କସପ,ସିକ୍ୟୁରିଟୀ ଗୃହ, ଇଲେକ୍ଟ୍ରିକ ସବଷ୍ଟେସନ ବ୍ୟବସ୍ଥା ରହିଛି । ଡିପୋରେ ପ୍ରାୟ ୪୦ଟି ବସ ରହିବାର ବ୍ୟବସ୍ଥା ରହିଛି । ଉକ୍ତ ପ୍ରକଳ୍ପଟି ବ୍ରିଜ ଆଣ୍ଡ ରୁଫ, ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ କମ୍ପାନୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details