ଭୁବନେଶ୍ବର: ରାଜ୍ୟର କୋଭିଡ ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଡାକ୍ତର, ନର୍ସ, ସାମ୍ବାଦିକ ଏବଂ ସମସ୍ତ କୋଭିଡ ଯୋଦ୍ଧା ଅଶ୍ବିନୀ କୋଭିଡ ହସ୍ପିଟାଲରେ ପାଇବେ ଉନ୍ନତ ସ୍ବାସ୍ଥ୍ୟ ଚିକିତ୍ସା । ଆଜି ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି ।
ସେପଟେ ଶୀତଳପଲ୍ଲୀ କୋଭିଡ ହସପିଟାଲକୁ ବନ୍ଦ କରିବେ ରାଜ୍ୟ ସରକାର । ଏନେଇ ହାଇଟେକ୍ ମେଡିକାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାରେ କୋଭିଡ୍ ରୋଗୀ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।