ଓଡିଶା

odisha

ETV Bharat / city

ବଦଳିଲା ନିଷ୍ପତ୍ତି, ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ

ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅଧିକ ପଢନ୍ତୁ

ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ
ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ

By

Published : Aug 10, 2022, 1:15 PM IST

ଭୁବନେଶ୍ବର:ବଦଳିଲା ନିଷ୍ପତ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ସରକାରୀଙ୍କ ମାର୍ଗଦର୍ଶିକା ଅନୁସାରେ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ । ସ୍ୱାଧୀନତା ଦିବସ ଉତ୍ସବରେ ଶିକ୍ଷାର୍ଥୀ ଭାଗ ନେବେ । ଏନେଇ ନିଷ୍ପତ୍ତି ବଦଳିଛି । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । କୋଭିଡ ମାଗଦର୍ଶିକା ନିୟମ ଅନୁସାରେ ପାଳନ ହେବ ସ୍ୱାଧୀନତା ଦିବସ । ଏହି ସମୟରେ କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ପାଳନ ହେବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଏହାର ତଦାରଖ କରିବେ । ଏନେଇ ସୂଚନା ଗଣଶିକ୍ଷା ମନ୍ତ୍ରୀ ଦେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଗତକାଲି (ମଙ୍ଗଳବାର) ସ୍କୁଲରେ ଅଗଷ୍ଟ ୧୫ ପାଳନ ହେବ କିନ୍ତୁ ସ୍କୁଲ ପିଲା ଭାଗ ନେବେ ନାହିଁ ବୋଲି କହିଥିଲେ ଶିକ୍ଷାମନ୍ତ୍ରୀ । ରାତି ପାହୁ ପାହୁ ନିଷ୍ପତ୍ତି ବଦଳାଇଛି ଶିକ୍ଷା ବିଭାଗ ।

ଏହା ବି ପଢନ୍ତୁ...ଅଗଷ୍ଟ 15ରେ ଭାଗ ନେବେନି ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ପ୍ରକାଶ ଥାଉକି, ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପରେଡ ହେବ ନାହିଁ । ରାଜ୍ୟରେ କୋଭିଡ ସଂକ୍ରମଣ ବଢିଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବ ବର୍ଷ ପରି ଏଥର ବି ପରେଡ ବିନା ଜାତୀୟ ପତାକା ଉତ୍ତୋଳନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details