ଓଡିଶା

odisha

ETV Bharat / city

ଓଡିଆ ଗୀତ 'ଏ ମାଟି ଓଡିଶା ଏ ଜାତି ଓଡ଼ିଆ' ଗାଇଲେ ରାଜ୍ୟପାଳ - governer of odisha profeshor ganesilal

ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଭୁବନେଶ୍ବର ଏକ ଷ୍ଟୁଡ଼ିଓରେ ନିଜେ ରାଜ୍ୟପାଳ ଓଡିଆ ଗୀତ 'ଏ ମାଟି ଓଡିଶା ଏ ଜାତି ଓଡ଼ିଆ' ଗୀତ ରେକର୍ଡିଂ ହୋଇଛି । ଅଧିକ ପଢନ୍ତୁ....

ଓଡିଆ ଗୀତ"ଏ ମାଟି ଓଡିଶା ଏ ଜାତି  ଓଡ଼ିଆ" ଗାଇଲେ ରାଜ୍ୟପାଳ
ଓଡିଆ ଗୀତ"ଏ ମାଟି ଓଡିଶା ଏ ଜାତି ଓଡ଼ିଆ" ଗାଇଲେ ରାଜ୍ୟପାଳ

By

Published : Feb 28, 2021, 10:01 PM IST

ଭୁବନେଶ୍ବର : ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଭୁବନେଶ୍ବର ଏକ ଷ୍ଟୁଡ଼ିଓରେ ନିଜେ ରାଜ୍ୟପାଳ ଓଡିଆ ଗୀତ'ଏ ମାଟି ଓଡିଶା ଏ ଜାତି ଓଡ଼ିଆ' ଗୀତ ରେକର୍ଡିଂ ହୋଇଛି । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ପ୍ରସ୍ତୁତ ହୋଇଛି ଏହି ଗୀତ ।

ଓଡିଆ ଗୀତ"ଏ ମାଟି ଓଡିଶା ଏ ଜାତି ଓଡ଼ିଆ" ଗାଇଲେ ରାଜ୍ୟପାଳ

ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । ସେହିପରି ଏହାକୁ ଲେଖିଛନ୍ତି ବସନ୍ତରାଜ ସାମଲ । ଏହି ଗୀତରେ 15 ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି । ଆସନ୍ତା ଏପ୍ରିଲ 1 ଉତ୍କଳ ଦିବସ ଅବସରରେ ଏହି ଗୀତ ରିଲିଜ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ରବିବାର ରାଜ୍ୟପାଳ ଏହି ଗୀତରେ କଣ୍ଠଦାନ କରିଥିବା ବେଳେ ଅଗାମୀ ଦିନରେ ମୁଖ୍ୟମନ୍ତ୍ରୀ ମଧ୍ୟ କଣ୍ଠଦାନ କରିବେ କରିବେ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ତେବେ କେବେ ଓ କେଉଁଠି ରେକର୍ଡ ହେବ ସେ ନେଇ ନିଷ୍ପତ୍ତି ହୋଇନି । ତେବେ ଏହି ଗୀତକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଆଉ 15 ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରବେ । ଏଥିରେ ରାଜ୍ୟର ଟପ ସେଲିବ୍ରେଟି, ସ୍ପୋର୍ଟ ପର୍ସନ ମଧ୍ୟ ରହିବେ ବୋଲି ସୂଚନା ରହିଛି ।

ଗୀତର ଅବଧି 5 ମିନିଟ ଥିବା ବେଳେ ଗୀତଟି ସମସ୍ତଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି । ଗୀତ ରେକର୍ଡିଂ ସରିବା ପରେ ରାଜ୍ୟପାଳ ବେସ ଖୁସିଥିବା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ , ଇଟିଭି ଭାରତ

ABOUT THE AUTHOR

...view details