ଓଡିଶା

odisha

JEE Main RESULT: ଓଡିଶା ଟପ୍ପର ଗୌତମ, ମହିଳା ବର୍ଗରେ ବାଜି ମାରିଲେ ତନୟା

By

Published : Sep 15, 2021, 9:33 PM IST

ଜେଇଇ ମେନ୍‌(JEE Main) ପରୀକ୍ଷାରେ ଓଡିଶାରୁ ଟପ୍ପର ହୋଇଛନ୍ତି ଗୌତମ ଦାସ । ଜେଇଇ ମେନ୍‌ ପରୀକ୍ଷାରେ ୯୯.୯୯ ସ୍କୋର ହାସଲ କରି କରି ଓଡ଼ିଶା ଟପ୍ପର ହୋଇଛନ୍ତି ଗୌତମ । ମହିଳା ବର୍ଗରେ ତନୟା ଦୀକ୍ଷିତ ଟପ୍ପର ହୋଇଛନ୍ତି । ଅଧିକ ପଢନ୍ତୁ...

JEE Main RESULT: ଓଡିଶା ଟପ୍ପର ଗୌତମ, ମହିଳା ବର୍ଗରେ ବାଜି ମାରିଲେ ତନୟା
JEE Main RESULT: ଓଡିଶା ଟପ୍ପର ଗୌତମ, ମହିଳା ବର୍ଗରେ ବାଜି ମାରିଲେ ତନୟା

ଭୁବନେଶ୍ବର: IIT ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ଜେଇଇ ମେନ୍‌(JEE Main) ପରୀକ୍ଷାରେ ଓଡିଶାରୁ ଟପ୍ପର ହୋଇଛନ୍ତି ଗୌତମ ଦାସ । ଜେଇଇ ମେନ୍‌ ପରୀକ୍ଷାରେ ୯୯.୯୯ ସ୍କୋର ହାସଲ କରି କରି ଓଡ଼ିଶା ଟପ୍ପର ହୋଇଛନ୍ତି ଗୌତମ । ସର୍ବଭାରତୀୟ ସ୍ତରରେ ସେ ୨୮ତମ ସ୍ଥାନରେ ରହିଛନ୍ତି ।

JEE Main RESULT: ଓଡିଶା ଟପ୍ପର ଗୌତମ, ମହିଳା ବର୍ଗରେ ବାଜି ମାରିଲେ ତନୟା

ଗୌତମ ନେଷ୍ଟ (ଏନ୍‌.ଇ.ଏସ୍‌.ଟି) ପରୀକ୍ଷାରେ ମଧ୍ୟ ଓଡ଼ିଶାରେ ୧ ନମ୍ବର ଏବଂ ସର୍ବଭାରତୀୟ ସ୍ତରରେ ଷଷ୍ଠ ତମ ସ୍ଥାନ ସହ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି କେଭିପିୱାଇ (ଏସ୍‌.ଏକ୍ସ ଷ୍ଟ୍ରିମ୍‌)ରେ ସର୍ବଭାରତୀୟ ସ୍ତରରେ ୨୨୨ ତମ ସ୍ଥାନରେ ରହିଛନ୍ତି ଦାସ ।

JEE Main RESULT: ଓଡିଶା ଟପ୍ପର ଗୌତମ, ମହିଳା ବର୍ଗରେ ବାଜି ମାରିଲେ ତନୟା


ଗୌତମଙ୍କ ଘର ବାଲେଶ୍ୱରରେ ହୋଇଥିବାବେଳେ ସେ ଦଶମ ପର୍ଯ୍ୟନ୍ତ ଏଠାରେ ଅଧ୍ୟୟନ କରିଥିଲେ । ଭଲ ମାର୍କ ରଖିଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଜଣାଶୁଣା ଘରୋଇ ସ୍କୁଲରେ ନାମ ଲେଖାଇବାର ସୁଯୋଗ ମିଳିଥିଲା । ଗୌତମ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ହୋଇଥିବାରୁ ସ୍କୁଲ ପକ୍ଷରୁ ତାଙ୍କୁ ଶତ ପ୍ରତିଶତ ସ୍କଲାରସିପ୍ ଦିଆଯାଉଥିଲା । ଗୌତମଙ୍କ ଏହି କୃତ୍ୱିତ୍ୱରେ ସ୍କୁଲର ଅଧ୍ୟକ୍ଷ ତାଙ୍କୁ ଓ ତାଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

JEE Main RESULT: ଓଡିଶା ଟପ୍ପର ଗୌତମ, ମହିଳା ବର୍ଗରେ ବାଜି ମାରିଲେ ତନୟା
ସେପଟେ ମହିଳା ବର୍ଗରେ ମହିଳା ବର୍ଗରେ ତନୟା ଦୀକ୍ଷିତ ଟପ୍ପର ହୋଇଛନ୍ତି । ବୁଧବାର ପ୍ରକାଶ ପାଇଛି JEE ମେନ ପରୀକ୍ଷା ଫଳ । ରେକର୍ଡ ସଂଖ୍ୟାକ 44 ଜଣ ଛାତ୍ର 100 ପ୍ରତିଶତ ସ୍କୋର ହାସଲ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details