କୋର୍ଟରେ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ । କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହାପରେ ତାଙ୍କୁ ୧୪ ଦିନିକିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରଦୀପ ମଧୁମେୟ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିବା କୋର୍ଟଙ୍କୁ ଅବଗତ କରାଇଥିଲେ ପ୍ରଦୀପଙ୍କ ଓକିଲ । ହେଲେ ତାଙ୍କ ଜାମିନ ଆବେଦନକୁ ଖାରଜ କରି କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ଜାମିନ ଆବେଦନ ଖାରଜ, ଜେଲ୍ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ
12:16 December 04
ଜାମିନ ଆବେଦନ ଖାରଜ, ଜେଲ କଲେ ପ୍ରଦୀପ
22:02 December 03
ପ୍ରଦୀପଙ୍କୁ ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ
ଗିରଫ ପରେ ବିଧାୟକ ପ୍ରଦୀପଙ୍କୁ ଭୁବନେଶ୍ବର SDJM କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ଜେଲକୁ ପଠାଇଛନ୍ତି କୋର୍ଟ । ତେବେ ପ୍ରଦୀପ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ବୋଲି ଦର୍ଶାଇଲେ ତାଙ୍କ ଆଇନଜୀବୀ ।
21:01 December 03
ପ୍ରଦୀପଙ୍କ ଗିରଫକୁ ନେଇ ପତ୍ନୀ ସୁଜାତାଙ୍କ ପ୍ରତିକ୍ରିୟା
ରାଜନୈତିକ ଷଡଯନ୍ତ୍ର ଭିତରେ ଗୋଟିଏ ପରିବାରକୁ ମଝିକୁ ଆଣିବା କେତେ ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ।
20:29 December 03
ଗିରଫ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ବର:ଗରିଫ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଠାଇଥିଲା କ୍ରାଇମବ୍ରାଞ୍ଚ EOW ।
ଆକାଶ ପାଠକ ଠକେଇ କରିଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସାଇବର ଥାନାର କେସ ନମ୍ବର 26/2020 ଅନୁଯାୟୀ ତାଙ୍କୁ ଗିରଫ କରିଛି ପୋଲିସ । ପ୍ରଦୀପଙ୍କ ବିରୋଧରେ ଆଇପିସି ଦଫା 419, 420, 467, 468, 471, 120 (B)ରେ ମାମଲା ରୁଜୁ ହୋଇଛି । ତାଙ୍କ ନାଁରେ ଯଥେଷ୍ଟ ପ୍ରମାଣ ପାଇଥିବା କହିଛି କ୍ରାଇମବ୍ରାଞ୍ଚ । ଆକାଶ ପାଠକଙ୍କ ପାଇଁ ବିଧାୟକ ମିଥ୍ୟା ନିଯୁକ୍ତି ପ୍ରତିଶ୍ରୁତିର ପ୍ରମାଣ ମିଳିଛି। ଠକେଇ, ଜାଲିଆତି, ଅପରାଧିକ ଷଡଯନ୍ତ୍ର ପ୍ରମାଣ ପାଇଛି ପୋଲିସ । ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।
ବେଆଇନ ଅର୍ଥ କାରବାର ଓ ଚାକିରି ଜାଲିଆତି ନେଇ ତାଙ୍କୁ ଜେରା କରାଯାଉଛି ବୋଲି ପୂର୍ବରୁ କ୍ରାଇମବ୍ରାଞ୍ଚ ସୂଚନା ଦେଇଥିଲା । ଏପଟେ ବିଧାୟକଙ୍କୁ ଅଚାନକ ଉଠାଇ ନେବାକୁ ନେଇ ପ୍ରବଳ ବିରୋଧ କରିଛନ୍ତି ତାଙ୍କ ପତ୍ନୀ । 4ଟି ଗାଡିରେ ଆସି 10 ଜଣରୁ ଅଧିକ ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ତାଙ୍କୁ ଏକ ଗୁପ୍ତ ସ୍ଥାନକୁ ଉଠାଇ ନେଇଥିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ସୁଜାତା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସହୁଙ୍କ ସହ ବିକାଶ ଦାସ, ଇଟିଭି ଭାରତ