ଓଡିଶା

odisha

ETV Bharat / city

ସୋଲାରି ବାଲୁଗାଁ ଷ୍ଟେସନ ମଧ୍ୟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ - ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ

ସୋଲାରି ଓ ବାଲୁଗାଁ ଷ୍ଟେସନ ମଧ୍ୟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ସୋଲାରି ଏବଂ ବାଲୁଗାଁ ଷ୍ଟେସନ୍ ମଧ୍ୟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ ଯୋଗୁଁ ଦୁଇଟି ଟ୍ରେନକୁ ମାର୍ଗରେ ସାମୟିକ ଭାବେ ନିୟନ୍ତ୍ରିତ କରାଯାଇଛି। ଅଧିକ ପଢନ୍ତୁ

ସୋଲାରି ବାଲୁଗାଁ ଷ୍ଟେସନ ମଧ୍ୟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ
ସୋଲାରି ବାଲୁଗାଁ ଷ୍ଟେସନ ମଧ୍ୟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ

By

Published : Feb 9, 2022, 8:13 PM IST

ଭୁବନେଶ୍ବର : ସୋଲାରି ଓ ବାଲୁଗାଁ ଷ୍ଟେସନ ମଧ୍ୟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ସୋଲାରି ଏବଂ ବାଲୁଗାଁ ଷ୍ଟେସନ୍ ମଧ୍ୟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ ଯୋଗୁଁ ଦୁଇଟି ଟ୍ରେନକୁ ମାର୍ଗରେ ସାମୟିକ ଭାବେ ନିୟନ୍ତ୍ରିତ କରାଯାଇଛି। ଲାଇନଚ୍ୟୁତ ଯୋଗୁଁ ଖୋର୍ଦ୍ଧା ରୋଡ଼-ବ୍ରହ୍ମପୁର ରେଳ ସେକ୍ସନରେ ଟ୍ରେନ ଚଳାଚଳ ସାମାନ୍ୟ ପ୍ରଭାବିତ ହୋଇଛି।

କେନ୍ଦୁଝର ନିକଟବର୍ତ୍ତୀ ନୟାଗଡ଼ ଠାରୁ ଲୁହାପଥର ବୋଝେଇ କରି କର୍ଣ୍ଣାଟକର ହୁଵାଲୀକୁ ଯାତ୍ରାକରୁଥିବା ଏକ ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ସୋଲାରି - ବାଲୁଗାଁ ଷ୍ଟେସନ ଷ୍ଟେସନ ମଧ୍ୟରେ (ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ) ଗୋଟିଏ ୱାଗନ ଆଜି(ବୁଧବାର) ଅପରାହ୍ନ ୪ଟା ୩୫ମିନିଟ ସମୟରେ ଲାଇନ୍ଚ୍ୟୁତ ହୋଇଯାଇଥିଲା । ଏହାଯୋଗୁଁ ଖୋର୍ଦ୍ଧା ରୋଡ଼-ବ୍ରହ୍ମପୁର ରେଳ ସେକ୍ସନରେ ଟ୍ରେନ ଚଳାଚଳ ସାମାନ୍ୟ ପ୍ରଭାବିତ ହୋଇଛି। ଯାହାଫଳରେ ଆଜି ଭୁବନେଶ୍ୱରରୁ ଛାଡିଥିବା 11020 ଭୁବନେଶ୍ୱର-ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସକୁ ଗଙ୍ଗାଧରପୁର ରେଳ ଷ୍ଟେସନରେ ଅପରାହ୍ନ ୪ଟା ୪୨ମିନିଟ ଠାରୁ ଅଟକା ଯାଇଥିଲା ।

ଏହାବି ପଢନ୍ତୁ :କୋଟିଆରେ ନିର୍ବାଚନ ଭଣ୍ଡୁର ପାଇଁ ଆନ୍ଧ୍ରର ପ୍ଲାନ, ଗାଁରେ ଉତ୍ପାତ କରୁଛନ୍ତି ଏଜେଣ୍ଟ

12703 ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ କାଳୁପଡାଘାଟ ଷ୍ଟେସନ ଠାରେ ଅପରାହ୍ନ ୫ ଘଟିକାରୁ ନିୟନ୍ତ୍ରିତ କରାଯାଇଥିଲା । ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ତାଙ୍କ ଅଧିକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଯାତ୍ରୀବାହୀ ଟ୍ରେନ ଶୀଘ୍ର ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି ।

ପ୍ରଭାବିତ ୱାଗନକୁ ଠିକ କରିବା ପାଇଁ ରିଲିଫ ଟ୍ରେନ ଘଟଣାସ୍ଥଳରେ ପହଞ୍ଚି ସାରିଛି । ଯାତ୍ରୀବାହୀ ଟ୍ରେନକୁ ସତର୍କତାର ସହିତ ଡାଉନ ଲାଇନରେ ଚଳାଚଳ ପାଇଁ ଅନୁମତି ଦିଆଯିବ । ଯାହା ଫଳରେ ଟ୍ରେନ ଚଳାଚଳ ସାମାନ୍ୟ ବିଳମ୍ବିତ ହୋଇପାରେ । ଏହି ଉଦ୍ଧାର ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ପାଇଁ ରେଳବାଇକୁ ସହଯୋଗ କରିବା ପାଇଁ ପୂର୍ବତଟ ରେଳପଥ ନିବେଦନ କରିଛି । ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ ଶୀଘ୍ର ପୁନଃ ଟ୍ରେନ ଚଳାଚଳ କରିବାକୁ କାର୍ଯ୍ୟ କରୁଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details