ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । କ୍ରମାଗତ ଭାବରେ ଦୀର୍ଘ 72 ଘଣ୍ଟାରେ ଓଡିଶାରେ କୌଣସି ପଜିଟିଭ କେସ ନାହିଁ । 72 ଘଣ୍ଟାରେ ସମସ୍ତ ନମୁନା ନେଗେଟିଭ ଆସିଛି।
କୋରୋନାକୁ ନେଇ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ମିଳିଛି । 3ଦିନ ଭିତରେ କରାଯାଇଥିବା ସମସ୍ତ ନମୁନା ନେଗେଟିଭ ବାହାରିଛି। ଯାହା ଭୟର ବାତାବରଣକୁ କମ୍ କରିଛି। ଶୁକ୍ରବାର ପରୀକ୍ଷା ହୋଇଥିବା ସମସ୍ତ କୋରନା ନମୁନା ଗୁଡିକ ନେଗେଟିଭ ଆସିଛି। ଶୁକ୍ରବାର ପରୀକ୍ଷା ପାଇଁ ଯାଇଥିଲା 1042ଟି ନମୁନା । ଅନ୍ୟପଟେ ରାଜ୍ୟରେ 2ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହି 2ଜଣ ଭୁବନେଶ୍ବରର ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ବର୍ତ୍ତମାନ ରାଜ୍ୟରେ 21ରେ ପହଁଚିଛି ସୁସ୍ଥଙ୍କ ସଂଖ୍ୟା।