ଓଡିଶା

odisha

ETV Bharat / city

ମାନ୍ଦାରେ ସୁନା ବେପାର, ଚିନ୍ତାରେ ବ୍ୟବସାୟୀ - ଗହଣା ଦୋକାନ ଖାଁ ଖାଁ

ଭୁବନେଶ୍ବରରେ 40 ହଜାର ନିକଟତର ସୁନା । ଗହଣା କିଣିବାକୁ କୁନ୍ଥୁକୁନ୍ଥୁ ଗ୍ରାହକ । ସେପଟେ ବେପାର ମାନ୍ଦା ନେଇ ଚିନ୍ତାରେ ବ୍ୟବସାୟୀ ।

ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

By

Published : Aug 29, 2019, 4:33 PM IST

ଭୁବନେଶ୍ବର: ପାର୍ବଣ ଓ ବିବାହ ସିଜନରେ ସୁନା ଦର ଶୁଣିଲେ ହୋସ ଉଡିଯାଉଛି । ବର୍ତ୍ତମାନ 10 ଗ୍ରାମ ସୁନା ମୂଲ୍ୟ 40 ହଜାର ଛୁଇଁଲାଣି । ଏଥିପାଇଁ ଗହଣା କିଣିବାକୁ କୁନ୍ଥୁକୁନ୍ଥୁ ଗ୍ରାହକ । ଏପଟେ ବେପାର ମାନ୍ଦା ନେଇ ଚିନ୍ତାରେ ବ୍ୟବସାୟୀ ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ଘାଟାରେ ରାଜଧାନୀର ଗହଣା ଦୋକାନ । କାଁଭାଁ କେତୋଟି ନାମୀଦାମୀ ଦୋକାନକୁ ଛାଡିଦେଲେ ସବୁଠି ଖାଁ ଖାଁ । 24 କ୍ୟାରେଟର ସୁନା 10 ଗ୍ରାମ ପିଛା 40 ହାଜର 350 ଟଙ୍କା ଥିବା ବେଳେ 22 କ୍ୟାରେଟ 39 ହଜାର ରହିଛି । ଏଭଳି ଚଢା ଦାମରେ ସୁନା କିଣି ପିନ୍ଧିବା ଯେପରି ମଧ୍ୟବିତ୍ତଙ୍କ ପାଇଁ ଏକ ସ୍ବପ୍ନ ଭଳି । ସେହିପରି ରୁପା ଦାମ ବି ଆକାଶଛୁଆଁ । କିଲୋ ପିଛା ରୂପା 670 ଟଙ୍କା ବୃଦ୍ଧି ପାଇ 48 ହଜାର 275 ଟଙ୍କା ଛୁଇଁଛି ।

ଚୀନ ଓ ଆମେରିକାରେ ଭିତରେ ଜାରି ଥିବା ବ୍ୟବସାୟିକ ଯୁଦ୍ଧ ପ୍ରଭାବରେ ଭାରତୀୟ ବଜାରରେ ମାନ୍ଦାବସ୍ଥା ଲାଗି ରହୁଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details