ଓଡିଶା

odisha

ETV Bharat / city

ନକଲି ସୁନା ବନ୍ଧକ ରଖି ଘରୋଇ ଗୋଲ୍ଡ ଲୋନ ମ୍ୟାନଜର ଗିରଫ

୧୭ ଲକ୍ଷ ଟଙା ମୂଲ୍ୟର ନକଲି ସୁନାକୁ ବନ୍ଧକ ରଖି ଭୁବନେଶ୍ବରରେ ଗିରଫ ହୋଇଛନ୍ତି ଘରୋଇ ଗୋଲ୍ଡ ଲୋନ ମ୍ୟାନେଜର । ଅଧିକ ପଢନ୍ତୁ

By

Published : Jan 6, 2022, 8:04 PM IST

ନକଲି ସୁନା ବନ୍ଧକ ରଖି ଘରୋଇ ଗୋଲ୍ଡ ଲୋନ ମ୍ୟାନଜର ଗିରଫ
ନକଲି ସୁନା ବନ୍ଧକ ରଖି ଘରୋଇ ଗୋଲ୍ଡ ଲୋନ ମ୍ୟାନଜର ଗିରଫ

ଭୁବନେଶ୍ବର: ରସୁଲଗଡ଼ ନିକଟରେ ଥିବା ଏକ ଗୋଲଡ଼ ଲୋନ କମ୍ପାନୀରେ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ସେ ଅନେକ ଗ୍ରାହକଙ୍କର ପାଖାପାଖି ୨୯୦ ଗ୍ରାମର ନକଲି ସୁନାକୁ ବ୍ୟାଙ୍କରେ ଅସଲି ପ୍ୟାକଟରେ ରଖି ୧୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ତେବେ ଗତ ନଭେମ୍ବରର ଅଡ଼ିଟ ସମୟରେ ସେ ଧରାପଡିଥିବା ଜଣାପଡିଛି ।

ନକଲି ସୁନା ବନ୍ଧକ ରଖି ଘରୋଇ ଗୋଲ୍ଡ ଲୋନ ମ୍ୟାନଜର ଗିରଫ

ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସଚ୍ଚିଦାନନ୍ଦ ସାମନ୍ତରାୟ ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ସଚ୍ଚିତାନନ୍ଦ ରସୁଲଗଡ଼ ନିକଟରେ ଥିବା ଏକ ଗୋଲଡ଼ ଲୋନ କମ୍ପାନୀରେ ମ୍ୟାନେଜର ଥିଲେ । ସେହି ସମୟରେ ସଚ୍ଚିଦାନନ୍ଦ ନକଲି ସୁନା ବନ୍ଧକ ରଖି 17 ଲକ୍ଷ ଟଙ୍କା ଠକିନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ସଚ୍ଚିଦାନନ୍ଦ ଙ୍କୁ ଗିରଫ କରିବା ସହିତ ନକଲି ସୁନା ଗହଣାକୁ ଜବତ କରିଛି ପୋଲିସ ।

ଏହା ବି ପଢନ୍ତୁ: ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ହାଣିଲେ, ଘରେ ପଶି ନେଇଗଲେ ଗହଣା ଓ ମୋବାଇଲ

ଅନ୍ୟପଟେ କିନ୍ତୁ ନକଲି ସୁନା କାରବାରକୁ ଖଣ୍ଡନ କରିଛନ୍ତି ସଚ୍ଚିତାନନ୍ଦ । ଏହା ଏକ କେରଳ ବେସ୍‌ ଚିଟଫଣ୍ଡ ସଂସ୍ଥା । ଯାହା ଓଡି଼ଶାରୁ ସୁନା ଲୁଟି ନେବେ । ମୁଁ ପ୍ରକୃତ ଦୋଷୀ ନୁହେଁ ତଦନ୍ତ କଲେ ସବୁକିଛି ଜଣାପଡି଼ବ। ମତେ ଜାଣି ଜାଣି ଫସେଇ ଦିଆଯାଉଛି ବୋଲି ସେ କହିଛନ୍ତି । ସେପଟେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଖୋଳତାଡ଼ କରିଯାଉଛି ବୋଲି କହିଛନ୍ତି SP ସଂଜୀବ ଶତପଥୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details