ଓଡିଶା

odisha

ETV Bharat / city

ଏଣିକି ଓଡିଶାରେ ବି ବାଧ୍ୟତାମୂଳକ ହଲମାର୍କିଂ - Gold purchasing

ସୁନା କିଣୁଛନ୍ତି କି ? ତେବେ କିଣିବା ପୂର୍ବରୁ ଚେକ କରିନିଅନ୍ତୁ ଗହଣା ଉପରେ ହଲମାର୍କିଂ ରହିଛି କି ନାହିଁ ? ନଚେତ ..

Gold Hallmarking Now Mandatory In Odisha
ଏଣିକି ଓଡିଶାରେ ବି ବାଧ୍ୟତାମୂଳକ ହଲମାର୍କିଂ

By

Published : Jun 29, 2021, 4:33 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଓଡିଶାରେ ବି ଲାଗୁ ହେଲା ସୁନା ଉପରେ ହଲମାର୍କିଂ ନିୟମ । ରାଜ୍ୟର 8ଟି ଜିଲ୍ଲାରେ ସୁନା ଗହଣା ଉପରେ ହଲମାର୍କିଂ ବାଧ୍ୟତାମୂଳକ କଲେ ସରକାର ।

ଏଣିକି ବାଲେଶ୍ବର, ଭଦ୍ରକ , କଟକ, ଗଞ୍ଜାମ , ଯାଜପୁର, ଖୋର୍ଦ୍ଧା , ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ସୁନା ଉପରେ ହଲମାର୍କିଂ ହୋଇଛି ବାଧ୍ୟତାମୂଳକ । ଗହଣାର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଣିକି ଆପଣ ସୁନା କ୍ରୟ କରିବା ପୂର୍ବରୁ, ଏହା ସହ ଜଡିତ ନିୟମ ଜାଣିରଖନ୍ତୁ ।

ଏ ନେଇ ଟ୍ବିଟ କରି ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରେଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି କି , ଏବେ ଜୁଏଲର୍ସ କେବଳ 14,18,22 କ୍ୟାରେଟ ସୁନା ହିଁ ବିକ୍ରି କରିପାରିବେ । ସେହିଭଳି 20,23 ଏବଂ 24 କ୍ୟାରେଟ ସୁନା ଉପରେ ହଲମାର୍କ ଲାଗିବ । ’’

ଏଣୁ ଗ୍ରାହକ ସୁନା କିଣିବା ପୂର୍ବରୁ ଗହଣା ଉପରେ ହଲମାର୍କିଂ ଚେକ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଗ୍ରାହକ ।

କେନ୍ଦ୍ର ସରକାର ସୁନା ଗହଣା ଉପରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ବାଧ୍ୟତାମୂଳକ କରିଦେଇଛନ୍ତି । ଜୁନ 15 ରୁ ସୁନା ଜୁଏଲର୍ସ କେବଳ ବିଆଇଏସ ପ୍ରମାଣିତ ଗହଣା ବିକ୍ରି ଅନିବାର୍ଯ୍ୟ ହୋଇଛି ।

ଗତ ବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ସୁନା ଗହଣା ଓ କଳାକୃତିରେ ହଲମାର୍କ ରହିବା ବାଧ୍ୟତାମୂଳ କରାଯିବ । ଫଳରେ ଗ୍ରାହକ ଠକାମିର ଶୀକାର ହେବେ ନାହିଁ । ଏଥିପାଇଁ 2021 ଜାନୁଆରୀ 15 ଯାଏଁ ଡେଡଲାଇନ ଧାର୍ଯ୍ୟ ହୋଇଥିଲା । ଏହି ଅବଧିରେ ଯେପରି ସୁନା ଗହଣାର ଷ୍ଟକ ଦୋକାନୀମାନେ ବିକ୍ରି କରିପାରେବ । ତେବେ କୋଭିଡ କାରଣରୁ ଏହାକୁ ଲାଗୁ ଅବଧି ଗଡିଚାଲିଥିଲା । ତେବେ ଯୋଜନାର ଦେଢ ବର୍ଷ ପରେ ଏହାକୁ ଆଜି ଲାଗୁ କରାଯାଇଛି

ସୁନାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କର ବ୍ୟବହାର କରାଯାଇଥାଏ । ହଲମାର୍କ ମହଙ୍ଗା ଧାତୁ ଶୁଦ୍ଧତାର ସାର୍ଟିଫିକେଟ ହୋଇଥାଏ । ତେବେ ବର୍ତ୍ତମାନ ଏହା ବାଧ୍ୟତାମୂଳକ ହୋଇଛି । ଯଦି କୌଣସି ବ୍ୟବସାୟୀ ସରକାରଙ୍କ ଦ୍ବାରା ଜାରି ନିୟମର ପାଳନ କରିବ ନାହିଁ , ତେବେ ତା ଉପରେ ବିଆଇଏସ ଆକ୍ଟ 2016 ସେକ୍ସନ 29 ଅଧିନରେ 1ବର୍ଷ ଯାଏଁ ଜେଲ ବା 1 ଲକ୍ଷ ଟଙ୍କାର ଜୋରିମାନା ଲାଗିପାରେ ।

ଜାଣିରଖନ୍ତୁ କି 14, 18 , 22 କ୍ୟାକେଟ ଶୁଦ୍ଧତା ଥିବା ସୁନାର ହଲମାର୍କିଂ ହେବ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଘରେ ରହିଥିବା ସୁନାର କଣ ହେବ ? ତା ଉପରେ ହଲମାର୍କିଂ ବାଧ୍ୟତାମୂଳକ କି ? ଏନେଇ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣଙ୍କ ଘରେ ଥିବା ସୁନା ଉପରେ ହଲମାର୍କିଂ ଲାଗୁ ଆବଶ୍ୟକ ନୁହେଁ , ଏହା କେବଳ ସୁନା ବିକ୍ରି କରୁଥିବା ଜୁଏଲର୍ସଙ୍କ ପାଇଁ ବାଧ୍ୟତାମୂଳକ । ଗ୍ରାହକ ସେମାନଙ୍କ ଗହଣା ବିନା ହଲମାର୍କରେ ବି ବିକ୍ରି କରିପାରିବେ ।

ABOUT THE AUTHOR

...view details