ଓଡିଶା

odisha

ପୂଜାବଜାରରେ ମାତିଲେ ଲୁଟେରା, ମଣ୍ଡପରୁ ଝାମ୍ପିନେଲେ ସୁନାଚେନ

By

Published : Oct 6, 2019, 8:16 PM IST

Updated : Oct 6, 2019, 10:03 PM IST

ନୟାପଲ୍ଲୀ ପୂଜା ମଣ୍ଡପ ନିକଟରୁ 3 ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ ଲୁଟେରା । ମଣ୍ଡପରେ ଲାଗିଥିବ ସିସିଟିଭିରେ ଲୁଟ୍‌ ଦୃଶ୍ୟ କଏଦ ହୋଇଥିବା ସ୍ପଷ୍ଟ ହୋଇ ନାହିଁ । ଏବେ ସହରବାସୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ ପୋଲିସ କରିଥିବା ବ୍ୟବସ୍ଥାକୁ ନେଇ ଉଠିଛି ବଡ ପ୍ରଶ୍ନ।

ଡିଜାଇନ ଫଟୋ

ଭୁବନେଶ୍ବର: ନୟାପଲ୍ଲୀ ପୂଜା ମଣ୍ଡପରେ ଅଘଟଣ । ପୋଲିସ ଆଖି ସାମ୍ନାରୁ 3ଜଣ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ। ଭିଡ ଭିତରେ ଅପରାଧି ଛୁ । ପୂଜା କମିଟିର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ।

ନୟାପଲ୍ଲୀ ପୂଜା ମଣ୍ଡପରୁ ଲୁଟେରା ଝାମ୍ପିନେଲେ ସୁନା ଚେନ

ପୂଜା ପୂର୍ବରୁ ସିସିଟିଭି, ବନ୍ଧୁକଧାରୀ ପୋଲିସ ସହ ପୂଜା ପେଣ୍ଡାଲରେ ପୋଲିସ ମୁତୟନ ହୋଇଥିଲା । ପୂଜା କମିଟି କର୍ତ୍ତୃପକ୍ଷ ସିସିଟିଭି ସହ ବାରିକେଡ ଓ ଭଲେଣ୍ଟର ଜରିଆରେ ଭିଡକୁ ନିୟନ୍ତ୍ରଣ କରୁଥିଲେ। ହେଲେ ଏତେ ସବୁ ବ୍ୟବସ୍ଥା ସତ୍ତ୍ବେ ବି ନୟାପଲ୍ଲୀ ପୂଜା ମଣ୍ଡପରୁ 3ଜଣ ମହିଳାଙ୍କ ବେକରୁ ସୁନା ଚେନ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ବେହେରା ସାହିର ଅଞ୍ଜୁଲତା ରାୟ ନାମକ ମହିଳା ଆଜି ଅଷ୍ଟମୀ ପୂଜା ଦେଖିବାକୁ ସକାଳ ୯ଟା ୩୦ ମିନିଟରେ ନୟାପଲ୍ଲୀ ପୂଜା ମଣ୍ଡପକୁ ଆସିଥିଲେ। ହେଲେ ଗହଳି ଭିତରେ ମା'ଙ୍କ ଦର୍ଶନ କରୁଥିବା ସମୟରେ ହଠାତ୍‌ କେହି ଜଣେ ତାଙ୍କ ବେକରୁ ଦେଢ ଭରିର ଲକେଟ ସହ ସୁନା ଚେନ ଝାମ୍ପିନେଇଛି। କେବଳ ଅଞ୍ଜୁଲତା ନୁହଁନ୍ତି ତାଙ୍କ ପାଖରେ ଥିବା 2ଜଣ ମହିଳାଙ୍କର ମଧ୍ୟ ସମାନ ଦଶା।

ଏପଟେ ଲୁଟଦୃଶ୍ୟ ସିସିଟିଭିରେ କଏଦ ହୋଇଛି କି ନାହିଁ ତାହା ପୂଜାମଣ୍ଡପ କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାଁନ୍ତି । ସେହିପରି ପୂଜା ମଣ୍ଡପର ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଅନ୍ୟପଟେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ସତ୍ତ୍ବେ ମଧ୍ୟ ଅପରାଧିଙ୍କୁ ଧରିବା ପୋଲିସ ପାଇଁ ବଡ ମୁସ୍କିଲ । ଯାହା ଏବେ ସହରବାସୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ ପୋଲିସ କରିଥିବା ବ୍ୟବସ୍ଥାକୁ ନେଇ ଉଠିଛି ବଡ ପ୍ରଶ୍ନ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 6, 2019, 10:03 PM IST

ABOUT THE AUTHOR

...view details