ଭୁବନେଶ୍ବର: ଅପରାଧର ଚରାଭୁଇଁ ରାଜଧାନୀ। ଏଣିକି ଲୁଚାଛପା ନୁହେଁ, ଖୁଲମଖୁଲା ବୁଲୁଛନ୍ତି ଅପରାଧୀ। ଥାନାର ୧୦୦ ମିଟର ଭିତରେ ବୁଲୁଛନ୍ତି ଦୁର୍ଦ୍ଦାନ୍ତ ଲୁଟେରା। ଲକ୍ଷ୍ମୀସାଗର ଝାରପଡା ଜେଲ ସାମ୍ନା ଗଳିରେ ବୃଦ୍ଧାଙ୍କ ବେକରେ କଟୁରୀ ଲଗେଇ ଝାମ୍ପି ନେଇଗଲେ ସୁନା ଚେନ । ତେବେ ସକାଳ 7 ଟାରେ 3 ଦୁର୍ବୃତ୍ତ ବାଇକରେ ଆସି ଏକୁଟିଆ ଦେଖି ବୃଦ୍ଧା ମନୋରମା ସାହୁଙ୍କ ବେକରେ କଟୁରି ଲଗାଇ ଚେନ ଝାମ୍ପି ନେଇ ପଳାଇଥିଲେ।
ଝାରପଡା ଜେଲ ସାମ୍ନାରେ ଛିନତାଇ, ବୃଦ୍ଧାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନାଚେନ - ରାଜଧାନୀରେ ଦୁର୍ଦାନ୍ତ ଲୁଟେରା
ରାଜଧାନୀରେ ଦୁର୍ଦ୍ଦାନ୍ତ ଲୁଟେରା । ଲକ୍ଷ୍ମୀସାଗର ଝାରପଡା ଜେଲ ସାମ୍ନାରୁ ବୃଦ୍ଧାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ । ଅଧିକ ପଢନ୍ତୁ...
ଝାରପଡା ଜେଲ ସାମ୍ନାରେ ଛିନତାଇ, ବୃଦ୍ଧାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ
ପ୍ରାତଃଭ୍ରମଣ କରିବା ଲାଗି ଘରୁ ବାହାରିଥିଲେ ବୃଦ୍ଧା ଜଣକ। ଖବର ପାଇ ଲକ୍ଷ୍ମୀ ସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଛିନତାଇ ଗ୍ୟାଙ୍ଗର ଆତଙ୍କ ଏବେ ସେହି ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଥିବା ବୃଦ୍ଧାଙ୍କ ସମ୍ପର୍କୀୟ କହିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ