ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଗର୍ଭ ଗୃହରେ ସୁନା ଚେନ ଚୋରି । ଏହି ଘଟଣାକୁ ନେଇ ମନ୍ଦିର ପ୍ରଶାସନ ଓ ଲିଙ୍ଗାରଜ ଥାନାକୁ ଜଣାଇବା ପରେ ମଧ୍ୟ ଫେଲ ମାରିଛି କାର୍ଯ୍ୟାନୁଷ୍ଠାନ । ସଙ୍ଗେ ସଙ୍ଗେ ଯାଞ୍ଚ କରିଥିଲେ ହୁଏ ତ ମିଳିପାରିଥାନ୍ତା ବୋଲି କହିଛନ୍ତି ଅଭିଯୋଗକାରୀ ।
ଦିନ 1ଟା ସମୟ। ସଂକ୍ରାନ୍ତି ଥିବାରୁ ଶିଶୁପାଳଗଡ ଅଞ୍ଚଳର ଦିନେଶ କୁମାର ରଥ ଓ ତାଙ୍କ ମା’ ଦର୍ଶନ କରିବାକୁ ଲିଙ୍ଗରାଜ ମନ୍ଦିର ଯାଇଥିଲେ । ହେଲେ ମନ୍ଦିରରେ ଦର୍ଶନ କରିବା ସମୟରେ ବାହାରୁ ଆସିଥିବା କିଛି ଯାତ୍ରୀ ମାନେ ଅଧିକ ସଂଖ୍ୟାରେ ହୋଇଯିବାରୁ ସେହି ସମୟରେ ଦିନେଶଙ୍କ ମାଆଙ୍କ ବେକରେ ରହିଥିବା 35 ଗ୍ରାମର ସୁନା ଚେନଟି ଚୋରି ହୋଇଯାଇଥିଲା । ପରେ ଏହି ବାବଦରେ ମନ୍ଦିର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସିସିଟିଭି ଯାଞ୍ଚ କରିବାକୁ ମନା କରିଦେଇଥିଲେ ଅଧିକାରୀ ।