ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ପ୍ରଭାରୀ ସୁନୀଲ ବଂଶଲ (sunil bansal visit odisha)। ଉତ୍ତର ପ୍ରଦେଶ ଫର୍ମୁଲାକୁ ଓଡ଼ିଶାରେ ପ୍ରୟୋଗ କରିବେ ବଂଶଲ । ଏହା ସହ ୨୦୨୪ ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିବେ । ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।
ଗୋଲକ ମହାପାତ୍ର କହିଛନ୍ତି, "ସୁନୀଲ ବଂଶଲ ଉତ୍ତର ପ୍ରଦେଶରେ ପ୍ରଭାରୀ ଦାୟିତ୍ୱରେ ଥିଲେ । ଉତ୍ତରପ୍ରଦେଶରେ ସରକାର ଗଠନରେ ସୁନୀଲ ବଂଶଲଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ତେଣୁ ଉତ୍ତରପ୍ରଦେଶରେ ଯେତିକି ସିଟର ଦାୟିତ୍ଵ ତାଙ୍କ ଉପରେ ଥିଲା । ଠିକ୍ ସେତିକି ସିଟ ଅର୍ଥାତ ଓଡିଶା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର ଗୁରୁ ଦାୟିତ୍ଵ ତାଙ୍କୁ ଦିଆଯାଇଛି । ଅପରାହ୍ନରେ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ ଆଲୋଚନା ହୋଇଛି । ଦଳକୁ ଆହୁରି ସକ୍ରିୟ କରାଯିବ, 2024 ଲାଗି ରଣନୀତି ପ୍ରସ୍ତୁତ କରାଯିବ । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖକୁ ନିଆଯିବ। ଉତ୍ତର ପ୍ରଦେଶ ଫର୍ମୁଲା ଓଡିଶାରେ ପ୍ରୟୋଗ କରାଯିବ। ବଂଶଲଙ୍କ ସାଙ୍ଗଠନିକ କୁଶଳତା ଓଡିଶାର କାର୍ଯ୍ୟକର୍ତ୍ତାଙ୍କୁ ଶିଖିବାକୁ ମିଳିବ । ଓଡ଼ିଶାର ସଙ୍ଗଠନକୁ କିଭଳି ଆହୁରି ଗତି ଦିଆଯିବ ସେନେଇ ଆଲୋଚନା ହୋଇଛି ।"