ଓଡିଶା

odisha

୨୦୨୫ ମସିହା ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବାକୁ ଲକ୍ଷ୍ୟ

By

Published : Jun 27, 2022, 10:42 PM IST

ଆସନ୍ତା ୨୦୨୫ ମସିହା ସୁଦ୍ଧା ଭାରତରୁ ଯକ୍ଷ୍ମାର ମୂଳୋତ୍ପାଟନ ହେବ । ଏନେଇ ଜାରି ରହିଛି କାର୍ଯ୍ୟକ୍ରମ । ଏନେଇ ଭାରତ ସରକାର ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଥିବା ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ( NTEP ) ହେଉଥିବା ବେଳେ ୨୦୨୫ ମସିହା ସୁଦ୍ଧା ଭାରତରୁ ଯକ୍ଷ୍ମା ସମ୍ପୂର୍ଣ୍ଣ ରୂପେ ଲୋପ ପାଇଁ ଲକ୍ଷ୍ୟ ରଖାଯାଇଛି। ଅଧିକ ପଢନ୍ତୁ

୨୦୨୫ ମସିହା ସୁଧା ଭାରତରୁ ଯକ୍ଷ୍ମା ନିରାକରଣର ଲକ୍ଷ୍ୟ
୨୦୨୫ ମସିହା ସୁଧା ଭାରତରୁ ଯକ୍ଷ୍ମା ନିରାକରଣର ଲକ୍ଷ୍ୟ

ଭୁବନେଶ୍ବର: ଆସନ୍ତା ୨୦୨୫ ମସିହା ସୁଦ୍ଧା ଭାରତରୁ ଯକ୍ଷ୍ମାର ମୂଳୋତ୍ପାଟନ ହେବ। ଏନେଇ ଭାରତ ସରକାର ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଥିବା ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ( NTEP ) ହେଉଥିବା ବେଳେ ୨୦୨୫ ମସିହା ସୁଦ୍ଧା ଭାରତରୁ ଯକ୍ଷ୍ମା ନିରାକରଣର ଲକ୍ଷ୍ୟ ରଖାଯାଇଛି। ଏହି ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟ କରୁଛି।

୨୦୨୫ ମସିହା ସୁଧା ଭାରତରୁ ଯକ୍ଷ୍ମା ନିରାକରଣର ଲକ୍ଷ୍ୟ

ତେଣୁ ଏଦିଗରେ ଅଧିକ ସଚେତନତା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସଚେତନତା ସହ ଏହାର ନିରାକରଣ ପାଇଁ ଗଣମାଧ୍ୟମର ରହିଛି ଗୁରୁତ୍ୱ ପୂର୍ଣ୍ଣଭୁମିକା । ତେଣୁ ଏନେଇ ଭୁବନେଶ୍ବର ସ୍ବସ୍ତି ଗ୍ରାଣ୍ଡରେ ମିଡିଆ ଟୁ ଆଡସ ଟିଭି ଉପରେ ଏକ ଗୋଲଟେବୁଲ ବୈଠକ ହୋଇଯାଇଛି। ଆଉ ଗଣମାଧ୍ୟମର ଭୂମିକା ସଂପର୍କରେ ଆଲୋଚନା ସହ ଏହାର ନିରାକରଣର ପ୍ରଚାର ପ୍ରସାର କରିବା ସହ ଲୋକମାନଙ୍କୁ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ଜିଲ୍ଲା ଯକ୍ଷ୍ମା କେନ୍ଦ୍ରର ସୂଚନା ଅନୁଯାୟୀ ୨୦୨୧ ମସିହାରେ ନିର୍ଦ୍ଧାରିତ ୩୭୬୦ ଯକ୍ଷ୍ମାରୋଗୀ ଚିହ୍ନଟର ଲକ୍ଷ୍ୟ ରଖିଥିବାବେଳେ ୨୯୬୯ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିଲେ । ୨୦୨୨ ମେ ସୁଦ୍ଧା ୧୫୬୬ ଯକ୍ଷ୍ମାରୋଗୀ ଚିହ୍ନଟର ଲକ୍ଷ୍ୟଥିବାବେଳେ ଏହା ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କରି ୧୬୨୮ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଛନ୍ତି । ସମ୍ପୂର୍ଣ୍ଣ ଭୁବନେଶ୍ୱରକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖି ଆରମ୍ଭ ହୋଇଛି ଯକ୍ଷ୍ମାମୁକ୍ତ ଭୁବନେଶ୍ୱର ଅଭିଯାନ। କାହିଁକି ନା ଯଦି ଜଣେ ଯକ୍ଷ୍ମା ରୋଗୀ ଚିକିତ୍ସାରେ ଅବହେଳା କରେ ତେବେ ତାକୁ ଜଟିଳ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ରହିଛି।

ଅନ୍ଯପଟେ ଯକ୍ଷ୍ମା ଏକ ବାୟୁ ବାନ୍ଧିତ ସଂକ୍ରାମକ ରୋଗ ହୋଇଥିବାରୁ ଏବଂ ଭାରତରେ ପ୍ରତି ୩ ମିନିଟରେ ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ଏହାର ନିରାକରଣର କାର୍ଯ୍ୟକ୍ରମ ଏକ ଗୁରୁତ୍ୱ ବନ୍ଧନ କରେ। ଯକ୍ଷ୍ମା ରୋଗ ସମାଜର ସବୁ ବର୍ଗର ଲୋକଙ୍କୁ ହୋଇଥାଏ । ଏହା ମଣିଷ ଶରୀରର ଚୁଟି ଏବଂ ନଖକୁ ଛାଡିଦେଇ ଯେ କୌଣସି ଅଂଶକୁ ହୋଇଥାଏ । ଭାରତରେ ହୋଇଥିବା ଏକ ଆକଳନ ଅନୁଯାୟୀ ଏହାର ୪୦% ଭାଗ ଲୋକ ଯକ୍ଷ୍ମା ଜୀବାଣୁ ସଂପର୍କରେ ଆସିଥାନ୍ତି । ମାତ୍ର ଏହି ୪୦ଭାଗ ଲୋକଙ୍କ ମଧ୍ୟରୁ ଯାହା ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ତାକୁ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ବଢ଼ିଯାଏ ।

ଯକ୍ଷ୍ମାର ସାଧାରଣ ଲକ୍ଷଣ ଗୁଡିକ ହେଉଛି ...

-ସପ୍ତାହେରୁ ଅଧିକ ସମୟ କାଶ ହେବା

-ସନ୍ଧ୍ୟା ସମୟରେ ଜ୍ଵର ହେବା

-ଭୋକ ନହେବା

-ଓଜନ କମିବା

-ଛାତିରେ ଯନ୍ତ୍ରଣା ଅନୁଭବ କରିବା

-କଫରେ ରକ୍ତ ପଡିବା

ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଏହି ଲକ୍ଷଣ ଦେଖାଦିଏ, ତାହାହେଲେ ସେମାନେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜର କଫ ପରୀକ୍ଷା କରିନେବା ଉଚିତ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ। ଏହା ମଧ୍ୟରେ ଟିବି ଅଭିଯାନକୁ ସଶକ୍ତ କରିବା ଦିଗରେ ଟିବି ଚାମ୍ପିୟାନ ମାନଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ଵପୁର୍ଣ ଅଟେ। ଏଣୁ ଏହି ଦିଗରେ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମରେ ସହଯୋଗୀସଂସ୍ଥା REACH ତରଫରୁ ଟିବି ଚାମ୍ପିୟାନ ମାନଙ୍କର ନିଯୁକ୍ତି ତଥା ସେମାନଙ୍କ ଯୋଗଦାନ ଉଲ୍ଲେଖନୀୟ ଅଟେ ବୋଲି କହିଛନ୍ତି ଡାକ୍ତର ଅବଦ୍ଦୁଲ ସୟମତ ଖାଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details