ଓଡିଶା

odisha

ETV Bharat / city

ଆରମ୍ଭ ହେଲା ଗ୍ଲୋବାଲ୍ ଇ-ଟେଣ୍ଡର ପ୍ରକ୍ରିୟା, ବିଦେଶରୁ ଆସିବ 3କୋଟିରୁ ଊର୍ଦ୍ଧ୍ବ ଟିକା - କୋରୋନା ଟୀକାକରଣ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଟିକା ପାଇଁ ଗ୍ଲୋବାଲ୍ ଇ-ଟେଣ୍ଡର ଆରମ୍ଭ କରିବ ଓଡ଼ିଶା ରାଜ୍ୟ ଔଷଧ ନିଗମ । ଇ-ଟେଣ୍ଡର ମେ ୨୦ ଅପରାହ୍ନ ୩ ଟାରୁ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଗ୍ଲୋବାଲ୍ ଇ-ଟେଣ୍ଡର
ଗ୍ଲୋବାଲ୍ ଇ-ଟେଣ୍ଡର

By

Published : May 15, 2021, 6:45 AM IST

Updated : May 15, 2021, 6:48 PM IST

ଭୁବନେଶ୍ବର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଟିକା ପାଇଁ ଗ୍ଲୋବାଲ୍ ଇ-ଟେଣ୍ଡର ଆରମ୍ଭ କରିବ ଓଡ଼ିଶା ରାଜ୍ୟ ଔଷଧ ନିଗମ । ଇ-ଟେଣ୍ଡର ମେ ୨୦ ଅପରାହ୍ନ ୩ ଟାରୁ ଆରମ୍ଭ ହେବ । ଏଥିପାଇଁ https://tendersodisha.gov.in ରେ ଇଚ୍ଛୁକ ସଂସ୍ଥା ଆବେଦନ କରିବେ । ଅନଲାଇନ ବିଡ ପାଇଁ ମେ 28 ଦିନ 10ଟା ଧାର୍ଯ୍ୟ କରାଯାଇଛି । ମେ 28 ଦିନ 11ଟା 30 ରେ ଅନଲାଇନ ବିଡ୍ ଖୋଲାଯିବ । ଅପରାହ୍ନ 5 ଟାରେ ପ୍ରାଇସ ବିଡ ଖୋଲିବ ।

ବିଡ ନେଇ ଆବଶ୍ୟକ କାଗଜପତ୍ର ଓଡ଼ିଶା ରାଜ୍ୟ ଔଷଧ ନିଗମ ୱେବସାଇଟରେ ଉପଲବ୍ଧ କରାଯାଇଛି । ବିଡର ଇମେଲ ଆଇଡି ଦେଇ ବିଡ୍ ପାଇଁ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିବେ । ଏଥିପାଇଁ ଡିଜିଟାଲ୍ ସିଗ୍ନେଚରର ଆବଶ୍ୟକତା ରହିଛି । ଏହାକୁ ଷ୍ଟେଟ ପ୍ରକ୍ୟୁରମେଣ୍ଟ ସେଲ ଭେରିଫାଏ କରିବ । ବିଡ୍ ପାଇଁ କମ୍ପାନୀକୁ ପାନ୍ କାର୍ଡ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ, ଜିଏସଟି ସାର୍ଟିଫିକେଟ ଦେବାକୁ ପଡିବ । ଏହାକୁ ପ୍ରକ୍ୟୁରମେଣ୍ଟ ସେଲ ସବିଶେଷ ଯାଞ୍ଚ କରିବା ପରେ ଅନୁମତି ଦେଲେ ହିଁ ଅନଲାଇନ ବିଡିଂରେ ସଂସ୍ଥା ଅଂଶଗ୍ରହଣ କରିପାରିବ ।

ଆରମ୍ଭ ହେଲା ଗ୍ଲୋବାଲ୍ ଇ-ଟେଣ୍ଡର ପ୍ରକ୍ରିୟା, ବିଦେଶରୁ ଆସିବ 3କୋଟିରୁ ଊର୍ଦ୍ଧ୍ବ ଟିକା

୨ ଡିଗ୍ରୀ ସେଲସିୟସରୁ -୮ ଡିଗ୍ରୀ ସେଲସିୟସ୍ ଟିକା ନେଇ ଓଡ଼ିଶା ବିଡ୍ ପାଇଁ ଆହ୍ବାନ କରିଛି । ମୋଟ ୩ କୋଟି ୮୦ ଲକ୍ଷ ବା ୩୦ ମିଲିୟନ୍ ଟିକା ବିଦେଶରୁ କିଣିବେ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଟେଣ୍ଡର ପାଇଥିବା କମ୍ପାନୀ ଚୁକ୍ତିର ପ୍ରଥମ ୩୦ ଦିନ ମଧ୍ୟରେ ୭୫ ଲକ୍ଷ ଡୋଜ ଟିକା, ୬୦ ଦିନ ମଧ୍ୟରେ ୨ କୋଟି ୨୫ ଲକ୍ଷ ଡୋଜ ଟିକା, ୯୦ ଦିନ ମଧ୍ୟରେ ୩ କୋଟି ୭୫ ଲକ୍ଷ ଟିକା ଏବଂ ୧୨୦ ଦିନ ମଧ୍ୟରେ ୩ କୋଟି ୮୦ ଲକ୍ଷ ଟିକା ଯୋଗାଣ କରିବ ।

୪ଟି ପର୍ଯ୍ୟାୟରେ ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଅଲଗା ଅଲଗା ପର୍ଚେଜ୍ ଅର୍ଡର ଦେବ । ଟିକା ରିସେପ୍ଟର ୨ ଦିନ ମଧ୍ୟରେ ଭାରତୀୟ ମୁଦ୍ରାରେ ସମସ୍ତ ପେମେଣ୍ଟ କରାଯିବ । ସମସ୍ତ ପର୍ଚେଜ୍ ଅର୍ଡର ଲାଗି ସରକାର ୩୦ ପ୍ରତିଶତ ଅର୍ଥ ଆଗୁଆ ଦେବେ । ଡିସିଜିଆଇ ଅନୁମତି ଦେଇଥିବା ଟିକା ସରକାର ଆମଦାନୀ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 15, 2021, 6:48 PM IST

ABOUT THE AUTHOR

...view details