ଓଡିଶା

odisha

ପ୍ଲାଷ୍ଟିକ ବ୍ୟାନ; ବଢୁଛି ବାଉଁଶ ତିଆରି ସାମଗ୍ରୀର ଚାହିଦା

By

Published : Oct 7, 2019, 7:58 AM IST

ଅକ୍ଟୋବର 2ରୁ ସରକାର ପ୍ଲାଷ୍ଟିକକୁ ବ୍ୟାନ କରିଥିବା ବେଳେ ମେଳାରେ ବାଉଁଶ ତିଆରି ଜିନିଷର ଚାହିଦା ଦେଖିବାକୁ ମିଳୁଛି ।

ପ୍ଲାଷ୍ଟିକ ବ୍ୟାନ; ବଢୁଛି ବାଉଁଶ ତିଆରି ସାମଗ୍ରୀର ଚାହିଦା

ଭୁବନେଶ୍ବର: ଚାଲିଛି ଶାରଦୀୟ ଦୁର୍ଗା ପୂଜା । ବେଶ ଚଳଚଞ୍ଚଳ ହୋଇ ପଡିଛି ରାଜଧାନୀ ଭୁବନେଶ୍ବର । ଅନ୍ୟପଟେ ପୂଜା ସାଙ୍ଗକୁ ମେଳାରେ ମଧ୍ୟ ଖଚାଖଚ୍‌ ଭିଡ଼ । ଖାଇବା ପିଇବାଠାରୁ ଜିନିଷ କିଣାବିକାରେ ବେଶ ମସଗୁଲ ହୋଇ ପଡିଛନ୍ତି ସହରବାସୀ ।

ପ୍ଲାଷ୍ଟିକ ବ୍ୟାନ; ବଢୁଛି ବାଉଁଶ ତିଆରି ସାମଗ୍ରୀର ଚାହିଦା

ଅନ୍ୟପଟେ ଅକ୍ଟୋବର 2ରୁ ସରକାର ପ୍ଲାଷ୍ଟିକକୁ ବ୍ୟାନ କରିଥିବା ବେଳେ ଲୋକମାନେ ମେଳାରୁ ବାଉଁଶ ଜିନିଷ କିଣିବାର ଦେଖିବାକୁ ମିଳୁଛି । ବାଉଁଶ ଝୁଡ଼ି, ବାଉଁଶ ଡ଼ାଲା ଆଦି ଜିନିଷ ଦୋକାନରେ ଲୋକଙ୍କ ବେଶ ଗହଳି ରହୁଛି । ଅନ୍ୟପଟେ ପ୍ଲାଷ୍ଟିକ ବ୍ୟାନ ହେବା ଫଳରେ ବାଉଁଶ କାରିଗର ବେଶ ଭଲ ଦୁଇ ପଇସା ଲାଭ କରୁଥିବାର ଜଣାପଡ଼ିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details