ଭୁବନେଶ୍ବର:ବିଧବା ଭତ୍ତା ଆବେଦନକାରୀଙ୍କୁ ଖୁବଶୀଘ୍ର ମିଳିବ ଭତ୍ତା । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।
ଆଜି (ସୋମବାର) ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବସିଥିଲା । ବୈଠକରେ ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ ପାଇଛି । କମିଟି ଅଧ୍ୟକ୍ଷ ଅଶ୍ବିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ , ଯେଉଁମାନେ ଭତ୍ତା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଦେବାକୁ ବିଭାଗକୁ ପରାମର୍ଶ ଦେଇଛନ୍ତି ।