ଓଡିଶା

odisha

ETV Bharat / city

ଗୀତିନାଟ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟା; 'କର୍ଣ୍ଣ ବଧ' କୁ ଉପଭୋଗ କଲେ ଦର୍ଶକ - rabindra mandap

ରବୀନ୍ଦ୍ର ମଣ୍ଡପରେ ସଂସ୍କୃତି ବିହାର କଟକର କଳାକାରମାନେ ଗୀତିନାଟ୍ୟ କର୍ଣ୍ଣ ବଧ ନାଟକ ପରିବେଶିତ କରିଛନ୍ତି । ଗୀତିନାଟ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଏହି ନାଟକକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ ।

ଗୀତିନାଟ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟା; 'କର୍ଣ୍ଣ ବଧ' କୁ ଉପଭୋଗ କଲେ ଦର୍ଶକ
ଗୀତିନାଟ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟା; 'କର୍ଣ୍ଣ ବଧ' କୁ ଉପଭୋଗ କଲେ ଦର୍ଶକ

By

Published : Jan 29, 2021, 8:41 AM IST

ଭୁବନେଶ୍ବର: ଦ୍ଵାପର ଯୁଗର ପ୍ରସିଦ୍ଧ କାବ୍ୟ ମହାଭାରତ ଯୁଦ୍ଧ ସାରା ଦୁନିଆକୁ ଏକ ସୁନ୍ଦର ସନ୍ଦେଶ । ସେହି ମହାକାବ୍ୟର ଏକ ଅଂଶରେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧରେ କର୍ଣ୍ଣ ବଧ ହୋଇଛି । ଯାହାକୁ ସଂସ୍କୃତି ବିହାର କଟକର କଳାକାରମାନେ ଗୀତିନାଟ୍ୟ କର୍ଣ୍ଣ ବଧ ମାଧ୍ୟମରେ ବେଶ ଉତ୍କର୍ଷତା ମାଧ୍ୟମରେ ପରି ପ୍ରକାଶ କରିଛନ୍ତି । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଥିବା ଗୀତିନାଟ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟାର ଏହି ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକମାନେ ମନଭରି ଉପଭୋଗ କରିଛନ୍ତି ।

ଗୀତିନାଟ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟା; 'କର୍ଣ୍ଣ ବଧ' କୁ ଉପଭୋଗ କଲେ ଦର୍ଶକ

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details