ଭୁବନେଶ୍ବର: କନ୍ୟା ମାନେ ପରିବାର ତଥା ସମାଜର ପ୍ରଗତିର ମୁଖ୍ୟ ଅଙ୍ଗ। ଆଜିର ଦୁନିଆରେ ସେମାନଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ କେତେକ ସାମାଜିକ ଅନୁଷ୍ଠାନ ପକ୍ଷରୁ ମକର ସଂକ୍ରାନ୍ତିର ଏହି ପବିତ୍ର ଅବସରରେ ସେମାନଙ୍କୁ ପୂଜା କରାଯାଇଛି।
ରାଜଧାନୀର ସ୍ଥାନୀୟ ୟୁନିଟ 6 ବାଳିକା ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିବା ପିଲାମାନଙ୍କୁ ଭାରତୀୟ ସଂସ୍କୃତିର ରୀତିନୀତି ଅନୁସାରେ ନୂଆ ବସ୍ତ୍ର ପ୍ରଦାନ କରିବା ସହିତ ପୁଷ୍ପ, ଚନ୍ଦନ ଓ ଧୂପ ଦୀପ ଦିଆଯାଇ ବନ୍ଦାପନା କରାଯିବ ସହିତ ପୂଜାର୍ଚ୍ଚନା କରାଯାଇଛି। ଏପରି ଅନେକ ଝିଅମାନେ ଆମ ସମାଜରେ ଅବହେଳିତ ଭାବରେ ରହୁଥିବା ବେଳେ ଏହାରି ମାଧ୍ୟମରେ ଯୋଡି ହୋଇ ସେମାନଙ୍କୁ ସଶକ୍ତ କରାଇବା ପାଇଁ ପ୍ରଚେଷ୍ଟା ବୋଲି କହିଛନ୍ତି ସମାଜସେବୀ ସୁଚିତ୍ର ଗୁପ୍ତା।