ଭୁବନେଶ୍ବର: ନିଜ ଘରେ ପର ପୁରୁଷ ଦ୍ବାରା ଯୌନ ଶୋଷଣର ଶିକାର ହେଉଥିଲେ ଝିଅ । ଆଉ ସବୁଠୁ ବିଚିତ୍ର କଥା ହେଉଛି ଏହାକୁ ବିରୋଧ କରିବା ପରିବର୍ତ୍ତେ ଝିଅର ମା' କରୁଥିଲେ ସମର୍ଥନ । ଏପରି ସଙ୍କଟରୁ ନିଜକୁ ରକ୍ଷା କରିବା ପାଇଁ ମାଆ ବିରୋଧରେ ଥାନାରେ ଅଭିଯୋଗ କଲା ଝିଅ । ତେବେ ଏଭଳି ଅଭାବନୀୟ ଘଟଣା ରାଜଧାନୀରେ ଦେଖିବାକୁ ମିଳିଛି ।
ଏହି ଘଟଣା ରାଜଧାନୀରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁରୁଷ ବନ୍ଧୁ ଝିଅକୁ ଯୌନ ଶୋଷଣ କଲେ ମାଆ ତାହାକୁ ସମର୍ଥନ କରୁଥିଲେ । ଏହାସହିତ ମାଆ ପରପୁରୁଷ ସହ ମଦ ପିଉଥିଲେ । ଏଭଳି ଏକ ମାଆ ବିରୋଧରେ ଝିଅ ଆଣିଛି ଅଭିଯୋଗ । ୨୦୧୭ମସିହାରୁ ସହି ଆସୁଥିବା ନିର୍ଯାତନା ଶେଷରେ ଥାନାରେ ପହଞ୍ଚିଛି । ଯାହାକୁ ନେଇ କେବଳ ଯୁକ୍ତ ଦୁଇରେ ପଢୁଥିବା ଝିଅ ନୁହେଁ ବରଂ ନବମ ଶ୍ରେଣୀରେ ପଢୁଥିବା ଝିଅର ଭାଇ ମଧ୍ୟ ଅଭିଯୋଗ ଆଣିଛି । ଉଭୟ ମିଶି ତାଙ୍କ ମା' ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।