ଭୁବନେଶ୍ବର: ଲଭ ସେକ୍ସ ଧୋକା। ପ୍ରେମ ନାଁରେ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଠକିଦେଲା ପ୍ରେମିକ । କେବଳ ଏତିକି ନୁହେଁ ଯୁବତୀଙ୍କ ଅଶ୍ଲୀଳ ଫଟୋ ଓ ଭିଡ଼ିଓ କରୁଥିଲା ଯୁବକ। ଏଥିରେ ରାଜି ନହେଲେ ହତ୍ୟା ଧମକ ଦେଉଥିଲା। ଶେଷରେ ନ୍ୟାୟ ଆଶାରେ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତା।
ଦୀର୍ଘ ଦିନ ଧରି ଯୁବତୀ ଜଣଙ୍କ ସେହି ଗ୍ରାମର ଜଣେ ଯୁବକକୁ ପ୍ରେମ କରୁଥିଲେ। କିଛି ଦିନ ତଳେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସାଥିରେ କଲିକତା ନେଇଯାଇଥିଲେ । ଭଡାଘର ନେଇ କିଛି କାମ କରି ଦୁହେଁ ଏକାଠି ଚଳୁଥିଲେ । ଏହା ଭିତରେ ଯୁବତୀ 5 ମାସର ଗର୍ଭବତୀ ହୋଇଥିଲେ । ତେବେ ଏକଥା ସହଜରେ ହଜମ କରି ପାରିନଥିଲେ ପ୍ରେମିକ ପ୍ରବର।