ଓଡିଶା

odisha

ରାଜଧାନୀର ପରିତ୍ୟକ୍ତ ସ୍ଥାନରୁ 2 ବର୍ଷର ଶିଶୁକନ୍ୟା ଉଦ୍ଧାର

By

Published : Jan 17, 2021, 10:44 PM IST

ଭୁବନେଶ୍ବର ରାଜରାସ୍ତାରୁ 2 ବର୍ଷର ଶିଶୁକନ୍ୟା ଉଦ୍ଧାର । ଚାଇଲ୍ଡ ଲାଇନ ସଦସ୍ୟ ଆସି ଶିଶୁକୁ କଲେ ଗ୍ରହଣ । ଅଧିକ ପଢନ୍ତୁ...

ରାଜଧାନୀର ଏକ ପରିତ୍ୟକ୍ତ ସ୍ଥାନରୁ ଶିଶୁକନ୍ୟା ଉଦ୍ଧାର
ରାଜଧାନୀର ଏକ ପରିତ୍ୟକ୍ତ ସ୍ଥାନରୁ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ବର: ପୁଣି ଅଲୋଡା ଶିଶୁକନ୍ୟା । ରାଜଧାନୀ ସ୍ଥିତ ରାସ୍ତାକଡରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । କାନ୍ଦିବା ସ୍ବର ଶୁଣି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଶିଶୁକନ୍ୟାଟିକୁ ଉଦ୍ଧାର କରିଛନ୍ତି । କେହି ପିଲାଟିକୁ ନେବାକୁ ନ ଆସିବାରୁ ଅନାଥ ଆଶ୍ରମରେ ପିଲାଟିକୁ ହସ୍ଥାନ୍ତର କରିଛନ୍ତି ପାଇଥିବା ବ୍ୟକ୍ତି ।

ସୂଚନା ଅନୁଯାୟୀ ରାଜଧାନୀ ହାଇଓ୍ବେ ନିକଟରେ ଏକ ଶିଶୁକନ୍ଯାର କାନ୍ଦିବା ଶ୍ବର ଶୁଭୁଥିଲା । ପାଣ୍ଡରା ବସ୍ତିର ଶିଶିର ଦଳେଇ ପହଁଞ୍ଚି ପରିତ୍ଯକ୍ତ ସ୍ଥାନରୁ ଛୁଆଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ଶିଶୁଟିକୁ ଶିଶିର କିଛିଦିନ ନିଜ ପାଖରେ ରଖିଥିଲେ । ପରେ ଶିଶୁର ମାଆକୁ ଖୋଜାଖୋଜି କରିଥିଲେ ମଧ୍ଯ କୌଣସି ସନ୍ଧାନ ନ ପାଇବାରୁ ଶେଷରେ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ ଶିଶିର । ଆଜି(ରବିବାର) ରୁଚିକା ଚାଇଲ୍ଡ ଲାଇନର ସଦସ୍ଯ ପହଞ୍ଚି ଶିଶୁଟିକୁ ଗ୍ରହଣ କରିଛନ୍ତି । ଅନ୍ୟପଟେ ଉଦ୍ଧାର ଶିଶୁର ବୟସ 2 ବର୍ଷ ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details