ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଠକ । ଏମ୍ସ ହସ୍ପିଟାଲରେ ଚାକିରି କରେଇଦେବାକୁ କହି 5 ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ମନରେ ବିଶ୍ୱାସ ଜମାଇ ପାରିବାରିକ ପରିସ୍ଥିତି ଦେଖି ଟଙ୍କା ଠକେଇ କରିବାରେ ସଫଳ ହୋଇଛନ୍ତି ଜଣେ ନର୍ସ । ନର୍ସ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲାର ବଡ଼ଙ୍ଗୀଆ ଗାଁର କବିତା ଅଧିକାରୀ ।
ସୂଚନାନୁଯାୟୀ, 2018 ମସିହାରୁ କବିତା ଅଧିକାରୀ ଖଣ୍ଡଗିରିର ବରୀ ଅଞ୍ଚଳରେ ଶାନ୍ତି ସାହୁଙ୍କ ଘରେ ଭଡାରେ ରହିଆସୁଥିଲେ । କବିତା ନିଜକୁ ଜଣେ ନର୍ସ ବୋଲି ପରିଚୟ ଦେଇଥିଲେ । ଏହାର ସୁଯୋଗ ନେଇ ଘର ମାଲିକ ଶାନ୍ତି ସାହୁଙ୍କୁ ଏମ୍ସରେ ଚାକିରି କରିଦେବାକୁ ବାରମ୍ବାର କହୁଥିଲା କବିତା । ଶାନ୍ତି ସାହୁଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଥିବା ରୁ ପାରିବାରିକ ଆର୍ଥିକ ସମସ୍ୟା ରହିଥିଲା।
ପରିବାର ଚଳିବା ପାଇଁ ଏକ ଚାକିରି ଖୋଜୁଥିଲା ଶାନ୍ତି । ଏହାର ସୁଯୋଗ ନେଇ କବିତା ଶାନ୍ତିଙ୍କୁ 50 ହଜାର ଟଙ୍କା ମାଗିଥିଲେ । ଟଙ୍କା ନେବା ପରେ କବିତା ଏକ ନକଲି ଡିପୋଜିଟ ସ୍ଲିପ ଦେଇଥିଲା । ଏହା ପରେ ଶାନ୍ତିଙ୍କ ଦିଅର କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଚାକିରି କରିଦେବାକୁ କହି 30 ମେ 2018 ମସିହାରେ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ କବିତା । ଏହି ଟଙ୍କା ନେବାର ମାସକ ପରେ ଶାନ୍ତିଙ୍କ ଭାଇଙ୍କ ନିକଟରୁ ଏମ୍ସରେ ସୁପରଭାଇଜର ଚାକିରି ପାଇଁ 2 ଲକ୍ଷ ଟଙ୍କା ମାଗିଥିଲେ । ଏବଂ ଏହି ଦୁଇ ଲକ୍ଷ ଟଙ୍କା ସଂଗୀତା ବେହେରା ନାମକ ଜଣେ ଯୁବତୀଙ୍କ ଆକାଉଣ୍ଟରେ ଡିପୋଜିଟ କରିବା ପାଇଁ କହିଥିଲା କବିତା ।