ଓଡିଶା

odisha

ଆସନ୍ତାକାଲିଠୁ 'ହର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମ

By

Published : Nov 1, 2021, 1:16 PM IST

Updated : Nov 1, 2021, 7:50 PM IST

ଆସନ୍ତାକାଲି ଠାରୁ 'ହର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। କାର୍ଯ୍ୟକ୍ରମରେ ସାମିଲ ହେବେ ସମ୍ମୁଖ ଯୋଦ୍ଧା । ଅଧିକ ପଢନ୍ତୁ...

ଆସନ୍ତାକାଲି ଠାରୁ 'ଘର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମ
ଆସନ୍ତାକାଲି ଠାରୁ 'ଘର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସନ୍ତାକାଲି ଠାରୁ 'ହର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସମ୍ମୁଖ ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀ,ଆଶା କର୍ମୀ ନର୍ସ, ଏସଏଜି ଗ୍ରୁପଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯିବ। କେଉଁମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତିଁ । ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଯେତେ ଜଣ ରାଜ୍ୟରେ ଟିକା ନେବା ପାଇଁ ହିତାଧିକାରୀ ରହିଛନ୍ତି । ସେମାନଙ୍କର ଶତ ପ୍ରତିଶତ ଟୀକାକରଣ ଏ ମାସରେ ହେବ । ଏବଂ ଯେଉଁ ମାନେ ପ୍ରଥମ ଡୋଜ ନ ନେଇ ଅଛନ୍ତି । ସେମାନଙ୍କୁ କିଭଳି ଭାବରେ ଟୀକାକରଣ ପାଇଁ ଚେଷ୍ଟା କରାଯିବ।

ଆସନ୍ତାକାଲି ଠାରୁ 'ଘର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମ

ଡିସେମ୍ବର ସୁଧା ଯେଭଳି ଭାବରେ ପ୍ରଥମ ଡୋଜ ଟୀକାରଣର ଶତପ୍ରତିଶତ ସାରିବାକୁ ଲକ୍ଷ ରଖାଯାଇଛି। ଏହି ମାସ ସାରା ଏହି କାର୍ଯ୍ୟକ୍ରମ ଜାରି ରହିବ। ନଭେମ୍ବର ମାସରେ ପ୍ରଥମ ଡୋଜ ଟିକା ନେବାକୁ ପ୍ରବର୍ତ୍ତା ଯିବ। ଯାହା ହେଉଛି 'ହର ଘର ଦସ୍ତକ' ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ। ଡିସେମ୍ବର ଶେଷ ସୁଧା 18 ବର୍ଷରୁ ଅଧିକ ସମସ୍ତେ ଯେମିତି ପ୍ରଥମ ଡୋଜ ଟିକା ନେଇ ସାରିବେ ତା ଉପରେ ଧ୍ୟାନ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଟିକା କରଣ କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି ।

ଆଜି ରାଜ୍ୟରେ 2 ହଜାର 300 ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି। ଏଥିପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ନୂତନ ଟିକା କରଣ କେନ୍ଦ୍ର ଖୋଲାଯାଉଛି। ଯେଉଁଠାରେ ବଡ଼ ବଡ଼ ଗାଁ ରହିଛି ସେଥିରେ 100 ରୁ ଉର୍ଦ୍ଧ ହିତାଧିକାରୀ ରହିଛନ୍ତି । ସେମାନଙ୍କ ପାଇଁ ଗୋଟିଏ ଟିକାକାରଣ କେନ୍ଦ୍ର କରାଯିବ। ଯାହା ଦ୍ୱାରା ଗ୍ରାମାଞ୍ଚଳର ବ୍ୟକ୍ତିମାନେ ସହଜରେ ଟିକା ନେଇପାରିବେ। ଏବେ ସୁଧା ରାଜ୍ୟରେ 3 କୋଟି 72 ଲକ୍ଷ ଟିକା ଦିଆସରିଲାଣି। ଏବେ ସୁଦ୍ଧା 2 କୋଟି 57 ଲକ୍ଷ ଲୋକ ପ୍ରଥମ ଡୋଜ ନେଇ ସାରିଲେଣି।

ଯାହାକି ସମସ୍ତ ହିତାଧିକାରୀଙ୍କର 79 ପ୍ରତିଶତ । ସେହିପରି ଦ୍ୱିତୀୟ ଡୋଜ 1 କୋଟି 15 ଲକ୍ଷ ନେଇଛନ୍ତି । ଯାହା କି 35 % ରହିଛି। ଶିଶୁଙ୍କୁ ଟୀକାକରଣକୁ ନେଇ ବିଜୟ ପଣିଗ୍ରାହୀ କହିଛନ୍ତି ଯେ ଶିଶୁ ଏକ୍ସପର୍ଟ ରହିଛନ୍ତି । ସେମାନେ ଏହାକୁ ପରୀକ୍ଷଣ କରୁଛନ୍ତି । ବିଭିନ୍ନ ପ୍ରକାରର ଦିଗକୁ ସେମାନେ ଚିନ୍ତା କରୁଛନ୍ତି। ଯେହେତୁ ଆମର 18 ବର୍ଷର ପିଲା ରହିଯାଇଛନ୍ତି । ତେବେ କେଉଁ ଗ୍ରୁପ କୁ ଏବେ ଅଧିକ ପ୍ରଧାନ୍ୟ ଦିଆଯିବ ସେନେଇ ବିଚାର ବିମର୍ଷ ଚାଲିଛି। ଖୁବ ଶୀଘ୍ର ଜଣାପଡିବ। ସେହି ପରି ବୁସ୍ଟର ଡୋଜ ଦେବା ପାଇଁ କୌଣସି ତଥ୍ୟ ଆସିନାହିଁ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 1, 2021, 7:50 PM IST

ABOUT THE AUTHOR

...view details