ଭୁବନେଶ୍ବର: ଚଳିତ ମାସରୁ କାର୍ଯ୍ୟକାରୀ ହୋଇଥିବା ନୂଆ ମୋଟରଯାନ ଆଇନକୁ ନେଇ ଦିନକୁ ଦିନ ବଢୁଛି ବିବାଦ । ଯଦିଓ ଲୋକଙ୍କର ଅସନ୍ତୋଷକୁ ଦେଖି ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରି 3ମାସ ପର୍ଯ୍ୟନ୍ତ ନୂଆ ଆଇନକୁ କୋହଳ କରିଛନ୍ତି । ଏହାସତ୍ତ୍ବେ ଲୋକଙ୍କର କ୍ରୋଧ କମିନାହିଁ । ଆଜି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ସାଧାରଣ ଜନତା ହଙ୍ଗାମା କରିଛନ୍ତି । ତୁରନ୍ତ ନୂଆ ମୋଟର ଯାନ ଆଇନକୁ ସଂଶୋଧନ କରିବାକୁ ଦାବି କରିଛନ୍ତି ।
ନୂଆ ମୋଟରଯାନ ଆଇନ ସଂଶୋଧନ ଦାବି: ରାଜଧାନୀରେ ବିକ୍ଷୋଭ - ନୂଆ ମୋଟର ଯାନ ଆଇନ
ଦେଶରେ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନକୁ ନେଇ ତାତିଛନ୍ତି ସାଧାରଣ ଜନତା ବେଆଇନ ଗିରଫ ବନ୍ଦ କରିବା ସହ ଆଦାୟ କରିଥିବା ଫାଇନ ତୁରନ୍ତ ଫେରସ୍ତ କରିବାକୁ ଦାବି ହୋଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଏହାସହ ଯେଉଁ ଫାଇନ ଆଦାୟ କରାଯାଇଛି ତାକୁ ଫେରସ୍ତ କରିବା ପାଇଁ ଦାବି କରିଛନ୍ତି ଏବଂ ରାଜମହଲ ଛକରେ ପୋଲିସ-ପବ୍ଲିକ ମୁହାଁମୁହିଁ ଘଟଣାରେ ପୋଲିସ ଏବେ ଯେଉଁ ଭାବେ ଲୋକଙ୍କୁ ଗିରଫ କରୁଛି ତାହାକୁ ତୁରନ୍ତ ବନ୍ଦ କରିବା ସହ ଯେଉଁମାନଙ୍କୁ ଗିରଫ କରାଯାଇଛି ତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଛନ୍ତି ଜନତା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ