ଭୁବନେଶ୍ବର: ମଙ୍ଗଳବାର ବିଜେଡି ପକ୍ଷରୁ ଆସନ୍ତା ଏପ୍ରିଲ ୨୩ ଓ ୨୯ରେ ହେବାକୁ ଥିବା ୩ୟ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ୭ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି । ତେବେ ଏଥିରେ କିଛି ନୂଆ ମୁହଁ ସ୍ଥାନ ପାଇଥିବାବେଳେ 5 ସିଟିଂ ବିଧାୟକଙ୍କ ଟିକେଟ୍ କଟିଛି ।
ଟିକେଟ୍ କଟିଥିବା ପ୍ରମୁଖଙ୍କ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ଯାଜପୁର କୋରେଇ ବିଧାୟକ ଆକାଶ ଦାସ ନାୟକ । କୋରେଇ ଆକାଶରୁ ଅଭିନେତାରୁ ବିଧାୟକ ପାଲଟିଥିବା ଆକାଶଙ୍କ ନାମ ହଜିଯାଇଛି ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟତଃ ଯୁବ ଚେହେରା ଉପରେ ଭରସା କରୁଥିବା ନବୀନଙ୍କ ଏହି ଟିକେଟ୍ କଟା ପଛର କାରଣ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।