ଓଡିଶା

odisha

By

Published : Jul 23, 2020, 8:41 PM IST

ETV Bharat / city

କୋରୋନା ମୁକାବିଲା ନେଇ ସାଧାରଣ ପ୍ରଶାସନ ବିଭାଗର ଆଡଭାଇଜରୀ ଜାରି

ସରକାରୀ କାର୍ଯ୍ୟାଳୟରେ ମାଡିବାରେ ଲାଗିଛି ସଂକ୍ରମଣ ଭୟ । ଏମିତିରେ ଯଦି କୌଣସି ସରକାରୀ କାର୍ଯ୍ୟାଳରେ କୋରୋନା ସଂକ୍ରମଣର ମାମଲା ଚିହ୍ନଟ ହୁଏ ତେବେ ସେପରି ପରିସ୍ଥିତିରେ କ’ଣ କରାଯିବ ସେନେଇ ଏକ ଆଡଭାଇଜରୀ ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ ।

general administrative department, bhubaneswar latest news, corona fight in odisha, corona in govt offices, ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ କୋରୋନା ମୁକାବିଲା, ସରକାରୀ କାର୍ଯ୍ୟାଳୟରେ କୋରୋନା ମୁକାବିଲା
କୋରୋନା ମୁକାବିଲା ନେଇ ସାଧାରଣ ପ୍ରଶାସନ ବିଭାଗର ଆଡଭାଇଜରୀ ଜାରି

ଭୁବନେଶ୍ବର: ସାରା ରାଜ୍ୟରେ କୋରୋନା ଆତଙ୍କ ମାଡି ଚାଲିଥିବା ବେଳେ ଏବେ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ମାଡିବାରେ ଲାଗିଛି ସଂକ୍ରମଣ ଭୟ । ଏମିତିରେ ଯଦି କୌଣସି ସରକାରୀ କାର୍ଯ୍ୟାଳରେ କୋରୋନା ସଂକ୍ରମଣର ମାମଲା ଚିହ୍ନଟ ହୁଏ ତେବେ ସେପରି ପରିସ୍ଥିତିରେ କ’ଣ କରାଯିବ ସେନେଇ ଏକ ଆଡଭାଇଜରୀ ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ ।

କୋରୋନା ମୁକାବିଲା ନେଇ ସାଧାରଣ ପ୍ରଶାସନ ବିଭାଗର ଆଡଭାଇଜରୀ ଜାରି

ଏହି ଆଡଭାଇଜରୀ ମୁତାବକ ତୁରନ୍ତ ସମ୍ପୃକ୍ତ ସଂକ୍ରମିତ କର୍ମଚାରୀଙ୍କୁ ଅଲଗା ରଖାୟିବାର ବନ୍ଦୋବସ୍ତ କରାଯିବ । ଏଥିପାଇଁ ବିଏମସିର ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ହେବ । ଏହାପରେ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ । କଣ୍ଟାକ୍ଟ ଟ୍ରେସ ହେବା ପରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ଏଥିସହ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ।

କୋରୋନା ମୁକାବିଲା ନେଇ ସାଧାରଣ ପ୍ରଶାସନ ବିଭାଗର ଆଡଭାଇଜରୀ ଜାରି

ତେବେ ଯଦି ପରିସ୍ଥିତି ଅଧିକ ଖରାପ ଆଡକୁ ଗତି କରେ ତେବେ ସମ୍ପୃକ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯିବା ନେଇ ମଧ୍ୟ ଆଡଭାଇଡରୀରେ ସ୍ପଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details