ଓଡିଶା

odisha

By

Published : Oct 30, 2019, 11:07 PM IST

ETV Bharat / city

ଗଣମାଧ୍ୟମକୁ ମନଇଚ୍ଛା ବିବୃତି ଦେଇପାରିବେ ନାହିଁ ସରକାରୀ କର୍ମଚାରୀ

ଏଣିକି ମନଇଚ୍ଛା କୌଣସି ପ୍ରସଙ୍ଗରେ ସରକାରୀ କର୍ମଚାରୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିପାରିବେ ନାହିଁ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଫାଇଲ ଫଟୋ

ଭୁବନେଶ୍ବର: ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି ସରକାରୀ ବାବୁ | ମନଇଚ୍ଛା କୌଣସି ପ୍ରସଙ୍ଗରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିପାରିବେ ନାହିଁ | କେବଳ ଉପରସ୍ଥ ଅଧିକାରୀଙ୍କ ଅନୁମତି ଦ୍ବାରା ପ୍ରତିକ୍ରିୟା ଦେଇପାରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚିଠିରେ ଉଲ୍ଲେଖ ରହିଛି ଯେ, ଏକ ନିର୍ଦ୍ଦିଷ୍ଟ ନିୟମ ରହିଥିଲେ ମଧ୍ୟ ଏହାକୁ ଉଲଂଘନ କରି କେତେକ ସରକାରୀ କର୍ମଚାରୀ ଗଣମାଧ୍ୟମରେ ବିବୃତି ଦେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି, ତେଣୁ ସରକାରୀ କର୍ମଚାରୀ ଗଣମାଧ୍ୟମକୁ ବିବୃତି ଦେବା ବେଳେ ଯତ୍ନବାନ ହେବାକୁ କୁହାଯାଇଛି । ମନଇଚ୍ଛା କୌଣସି ବିବୃତି ନଦେବା ପାଇଁ କଟକଣା କରାଯାଇଛି । ଏହାକୁ କଡାକଡି ପାଳନ କରିବାକୁ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details