ଓଡିଶା

odisha

ETV Bharat / city

ଭୁବନେଶ୍ବରର ଗୌରବ ଗୌରୀ; ରକ୍ତଦାନ କରି ହାସଲ କଲେ ବିଶ୍ବ ରେକର୍ଡ - special package

ବିକଳ ମା'ର ଲୁହ ତରଳାଇଦେଲା ହୃଦୟ । ଆଉ ୧୬ ବର୍ଷ ବୟସରୁ ରକ୍ତଦାନ କରି ରଚିଲେ ବିଶ୍ବ ରେକର୍ଡ । ଦେଖନ୍ତୁ ଭୁବନେଶ୍ବରର ଓଲ୍ଡ ଟାଉନ ସ୍ଥିତ ଗୌରୀ ପ୍ରସାଦ ଦାସଙ୍କୁ ନେଇ ଏହି ସ୍ପେଶାଲ ରିପୋର୍ଟ...

ରକ୍ତଦାନରେ ବିଶ୍ବ ରେକର୍ଡ; 97 ଥର ପ୍ଲେଟଲେଟ, 24 ଥର ରକ୍ତଦାନ କରି ଚର୍ଚ୍ଚାରେ ଗୌରୀ
ରକ୍ତଦାନରେ ବିଶ୍ବ ରେକର୍ଡ; 97 ଥର ପ୍ଲେଟଲେଟ, 24 ଥର ରକ୍ତଦାନ କରି ଚର୍ଚ୍ଚାରେ ଗୌରୀ

By

Published : Jan 21, 2021, 1:54 PM IST

Updated : Jan 21, 2021, 6:05 PM IST

ଭୁବନେଶ୍ବର: କଥାରେ ଅଛି ରକ୍ତଦାନ ମହାପୂଣ୍ୟ । ରକ୍ତ ଦାନ କରିବା ଦ୍ବାରା କେବଳ ଯେ ଲୋକଙ୍କ ଜୀବନ ବଞ୍ଚିଥାଏ ତାହା ନୁହଁ ବରଂ ରକ୍ତଦାନ କରିଥିବା ବ୍ୟକ୍ତିଙ୍କ ଶରୀରରୁ ବିଭିନ୍ନ ରୋଗ ମଧ୍ୟ ଦୂର ହୋଇଥାଏ । ଆଉ ଏମିତି କିଛି ଚିନ୍ତାଧାରା ନେଇ ରକ୍ତଦାନ କରି ବିଶ୍ବ ରେକର୍ଡ କରିଛନ୍ତି ଭୁବନେଶ୍ବରର ଗୌରୀ ପ୍ରସାଦ ଦାସ । ବୟସ ମାତ୍ର 29 ବର୍ଷ । ଘର ଭୁବନେଶ୍ବର ଓଲ୍ଡ ଟାଉନ । ଦିନେ ରକ୍ତ ପାଇଁ ବିକଳ ହେଉଥିବା ଜଣେ ମା'କୁ ଦେଖି ରକ୍ତଦାନ କରିବାର ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା । ମାତ୍ର 16 ବର୍ଷ ବୟସରୁ ସେ ରକ୍ତ ଦାନ କରିବା ଆରମ୍ଭ କରିଥିଲେ । ବାସ୍ ସେବେଠାରୁ ଆଉ କେବେ ରକ୍ତଦାନ ପାଇଁ ପଛଘୁଞ୍ଚା ଦେଇନାହାଁନ୍ତି ସେ । 30 ବର୍ଷରୁ କମ ବୟସ କାଟାଗୋରୀରେ ସେ 97 ଥର ପ୍ଲେଟଲେଟ୍‌ ଦାନ ସହ ୨୪ ଥର ରକ୍ତଦାନ କରି ହାତେଇଛନ୍ତି ବ୍ରାଭୋ ଇଣ୍ଟରନାସନାଲ ବୁକ ଅଫ୍‌ ୱାର୍ଲଡ ରେକର୍ଡର ଟାଇଟେଲ ।

ଭୁବନେଶ୍ବରର ଗୌରବ ଗୌରୀ; ରକ୍ତଦାନ କରି ହାସଲ କଲେ ବିଶ୍ବ ରେକର୍ଡ
ରକ୍ତଦାନରେ ବିଶ୍ବ ରେକର୍ଡ; 97 ଥର ପ୍ଲେଟଲେଟ, 24 ଥର ରକ୍ତଦାନ କରି ଚର୍ଚ୍ଚାରେ ଗୌରୀ

ପ୍ରଥମେ ପ୍ରଥମେ ଗୌରୀଙ୍କ ଏପରି କାମକୁ ଘର ଲୋକେ ବିରୋଧ କରୁଥିଲେ । ହେଲେ ପୁଅ ଯେ ମହତ କାମ ପାଇଁ ରକ୍ତଦାନ କରି ପୁଣ୍ୟ ଅର୍ଜୁଛନ୍ତି ସେ କଥା ବାପା, ମା' ଡେରିରେ ବୁଝିଥିଲେ । ଆଉ ପୁଅର ଏପରି ପ୍ରଶଂସା ଓ ସମାଜସେବା ଦେଖି ବାପା ବେଶ ଗର୍ବିତ ଅନୁଭବ କରିବା ସହ ଏନେଇ ପ୍ରୋତ୍ସାହିତ କରିଥିଲେ । ତେବେ ପ୍ଲେଟଲେଟ ବା ରକ୍ତର ଏକ ସ୍ବତନ୍ତ୍ର ସେଲକୁ ଦାନ କରାଯାଏ। ଯାହା ରକ୍ତ ସଂଗ୍ରହ ପରେ ସ୍ବତନ୍ତ୍ର ମେସିନ ଜରିଆରେ ସଂଗୃହିତ ରକ୍ତରୁ ସେହି ପ୍ଲେଟଲେଟ ଅଲଗା କରି ସଂଗ୍ରହ କରାଯାଇ ପୁନଶ୍ଚ ଶରୀରରେ ସେହି ରକ୍ତକୁ ଦିଆଯାଏ । ଯେଉଁ ପ୍ଲେଟଲେଟକୁ ଦାନ କରିବା ଅନେକ ସମୟରେ ବିପଦ ମଧ୍ୟ ହୋଇଥାଏ। କିନ୍ତୁ ଏହି ପ୍ଲେଟଲେଟ ବିଶେଷ କରି କ୍ୟାନସର ଓ ଡେଙ୍ଗୁ ଭଳି ରୋଗୀଙ୍କ ଆବଶ୍ୟକତା ପଡିଥାଏ ।

ରକ୍ତଦାନରେ ବିଶ୍ବ ରେକର୍ଡ; 97 ଥର ପ୍ଲେଟଲେଟ, 24 ଥର ରକ୍ତଦାନ କରି ଚର୍ଚ୍ଚାରେ ଗୌରୀ

ଗୌରୀଙ୍କ ଏପରି ମହତ କାର୍ଯ୍ୟ ପାଇଁ ତାଙ୍କୁ ପୋଲିସ କମିସନରଠୁ ଆରମ୍ଭ କରି ଭୁବନେଶ୍ବର ସାଂସଦ ଓ ଅନେକ ସଂଗଠନ ମଧ୍ୟ ସମ୍ମାନିତ କରିଛନ୍ତି । ତେବେ ଏ ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ଗୌରୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 21, 2021, 6:05 PM IST

ABOUT THE AUTHOR

...view details