ଭୁବନେଶ୍ବର:ପାତ୍ରପଡା ମେଳନ ପଡିଆ ନିକଟରେ ଅଘଟଣ। ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡରର ରେଗୁଲେଟର। ନିଆଁର ଝାସରେ ପ୍ଲାବନ ରାୟ ନାମକ ଜଣେ ଗୁରୁତର ହୋଇଥିବା ବେଳେ ୭ ଜଣ ହୋଇଛନ୍ତି ଆହତ । ସମସ୍ତଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ 3 ଜଣ ଆସିୟୁରେ ଅଛନ୍ତି ଓ 4 ଜଣ ଜେନେରାଲ୍ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ।
ପାତ୍ରପଡାରେ ଫାଟିଲା ଗ୍ଯାସ ଟାଙ୍କି ରେଗୁଲେଟର, 7 ଆହତ, ଜଣେ ଗୁରୁତର - ପାତ୍ରପଡା
ପାତ୍ରପଡା ମେଳନ ପଡିଆ ନିକଟରେ ଅଘଟଣ । ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡରର ରେଗୁଲେଟର । ନିଆଁର ଝାସରେ ପ୍ଲାବନ ରାୟ ନାମକ ଜଣେ ଗୁରୁତର ହୋଇଥିବା ବେଳେ ୭ ଜଣ ହୋଇଛନ୍ତି ଆହତ। ଅଧିକ ପଢନ୍ତୁ...

ପାତ୍ରପଡାରେ ଫାଟିଲା ଗ୍ଯାସ ଟାଙ୍କି ରେଗୁଲେଟର
ପାତ୍ରପଡାରେ ଫାଟିଲା ଗ୍ଯାସ ଟାଙ୍କି ରେଗୁଲେଟର
ଗୁରୁତର ପ୍ଲାବନ ରାୟକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶଥାଉକି, ଶୁକ୍ରବାର ଦିନ 11ଟା ସମୟରେ ଗ୍ୟାସ ରେଗୁଲେଟର ଫାଟି ଜୋରରେ ଶବ୍ଦ କରିଥିଲା । ସେହି ସମୟରେ ସ୍ଥାନୀୟ ରଶ୍ମିରଞ୍ଜନ ପାଟ୍ଟଶାଣୀ ଓ କିଛି ଲୋକେ ପହଞ୍ଚି ଏକ ବୋଲେରୋ ଯୋଗେ ହସ୍ପିଟାଲକୁ ନେଇଥିଲେ । ତେବେ ଏହି ଘଟଣାକୁ ନେଇ ଏବେ ଚାରିଆଡେ ଭୟର ମାହୋଲ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ