ଓଡିଶା

odisha

ETV Bharat / city

ହୁତ ହୁତ ହୋଇ ଜଳିଲା ହନୁମାନ ମନ୍ଦିର, ଅଳ୍ପକେ ବର୍ତ୍ତିଲେ ପାଖ ଦୋକାନୀ - gas cylinder blast

ଭୁବନେଶ୍ବର ରେଲୱେ ଷ୍ଟେସନ ନିକଟରେ ଥିବା ରିଲାୟନ୍ସ ମଲ ପଛରେ ଥିବା ହନୁମାନ ମନ୍ଦିରରେ ଅଗ୍ନିକାଣ୍ଡ । ମନ୍ଦିରକୁ ଲାଗି ମନ୍ଦିର ପୂଜାରୀ ନିଜ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେରେ ହଠାତ ନିଆଁ ଲାଗିଲା । ଅଳ୍ପକେ ବର୍ତ୍ତିଲେ ମନ୍ଦିର ପାଖ ଦୋକାନୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 4, 2019, 1:39 AM IST

ଭୁବନେଶ୍ୱର: ମନ୍ଦିର ମାଳିନୀ ସହରରେ ହଠାତ ଅଗ୍ନିକାଣ୍ଡ । ଭୁବନେଶ୍ବର ରେଲୱେ ଷ୍ଟେସନ ନିକଟରେ ଥିବା ରିଲାୟନ୍ସ ମଲ ପଛରେ ଥିବା ହନୁମାନ ମନ୍ଦିରରେ ହଠାତ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ଯାହାକି ଆଖି ପିଛୁଳାକେ ବେଶ ଭୟଙ୍କର ରୁପ ଧାରଣ କରିଥିଲେ ସୁଦ୍ଧା ଅଳ୍ପକେ ବର୍ତ୍ତିଥିଲେ ପାଖ ବ୍ୟବସାୟୀ ।

ସୂଚନା ଅନୁସାରେ ହନୁମାନ ମନ୍ଦିରରେ ପୂଜା କରୁଥିବା ପୂଜକ ମନ୍ଦିରକୁ ଲାଗି ଏକ ଘରେ ରୁହନ୍ତି । ରାତିରେ ରୋଷଇ ପାଇଁ ଗ୍ୟାସ ଲଗାଉ ଲଗାଉ ହଠାତ ଚୁଲା ସହିତ ସେହି ଘରେ ଥିବା ଲୁଗାପଟାରେ ମଧ୍ୟ ନିଆଁ ଲାଗି ଯାଇଥିଲା । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ନନା ଗ୍ୟାସଟିକୁ ଘର ବାହାରକୁ କାଢି ଦେଇଥିଲେ । କିନ୍ତୁ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଧା ସଫଳ ହୋଇ ନଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଫଳରେ ଗ୍ୟାସ ସିଲିଣ୍ଡରଟି ହନୁମାନ ମନ୍ଦିର ସମ୍ମୁଖରେ ହୁତ ହୁତ ହୋଇ କିଛି ସମୟ ଜଳିଲା । କିନ୍ତୁ ଅଳ୍ପ କିଛି ସମୟ ପରେ ଏହା ଲିଭି ଯାଇଥିଲା । ଯାହାକି ଏକ ବଡ଼ ଧରଣର ଦୁର୍ଘଟଣା ହେବା ପୂର୍ବରୁ ପାଖରେ ଥିବା ବ୍ୟବସାୟୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ପରେ ପରେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ସୂଚନା ପାଇ ବିଭାଗର କର୍ମଚାରୀମାନେ ପହଞ୍ଚି ଟାଙ୍କିଟିକୁ ପ୍ରଥମ ମହଲାରେ ଥିବା ମନ୍ଦିରରୁ ତଳକୁ ଆଣି ତାର ଗ୍ୟାସ ଲିକ ବାଟକୁ ବନ୍ଦ କରିଥିଲେ । ଯେଉଁଥିରେ ଆହୁରି ଗ୍ୟାସ ଥିବା ସେମାନେ କହିଛନ୍ତି । ତେବେ ଯଦି ଟାଙ୍କିଟି ଫାଟି ଥାନ୍ତା ନିଶ୍ଚିତ ଭାବରେ ଏକ ବଡ଼ ଦୁର୍ଘଟଣାକୁ କେହି ରୋକି ପାରି ନଥାନ୍ତେ ବୋଲି ବିଭାଗୀୟ କର୍ମଚାରୀମାନେ କହିଛନ୍ତି ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details