ଓଡିଶା

odisha

ETV Bharat / city

ଆବର୍ଜନାରେ ବେହାଲ ରାଜଧାନୀ, ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଯାଉନି ଅଳିଆ ଗାଡି - ଡମ୍ପିୟାର୍ଡକୁ ଯାଉନି ଅଳିଆ ଗାଡି

ଆବର୍ଜନାମୟ ରାଜଧାନୀ ଭୁବନେଶ୍ବର । ଯୁଆଡେ ଚାହିଁଲେ କୁଢ କୁଢ ଅଳିଆ । ଦାରୁଠେଙ୍ଗ ଡମ୍ପିୟାର୍ଡ ସମସ୍ୟାର ସମାଧାନ ହୋଇନପାରିବାରୁ ସେଠାକୁ ଯାଉନି ଅଳିଆ ଗାଡି । ଭୁବନେଶ୍ବରରେ ଏପରି ଅଳିଆ ଆବର୍ଜନାର ଦୃଶ୍ୟ ସ୍ମାର୍ଟସିଟି ଛବିକୁ ମଳିନ କରୁଛି l ଅଧିକ ପଢନ୍ତୁ

ଆବର୍ଜନାରେ ବେହାଲ ରାଜଧାନୀ, ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଯାଉନି ଅଳିଆ ଗାଡି
ଆବର୍ଜନାରେ ବେହାଲ ରାଜଧାନୀ, ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଯାଉନି ଅଳିଆ ଗାଡି

By

Published : Aug 26, 2022, 12:25 PM IST

ଭୁବନେଶ୍ବର: ଆବର୍ଜନାମୟ ସ୍ମାର୍ଟସିଟି । ଆର୍ବଜନା ଘେରରେ ବେହାଲ ହେଉଛି ରାଜଧାନୀ ଭୁବନେଶ୍ୱର(Garbage piles up in Smartcity) l ସହରର ବହୁ ସ୍ଥାନରୁ ଉଠି ପାରୁନି ଅଳିଆ । ଏହାର ଅସହ୍ୟ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ରାଜଧାନୀବାସୀ l ଦାରୁଠେଙ୍ଗ ଡମ୍ପିୟାର୍ଡ(Daruthenga dump yard) ସମସ୍ୟାର ସମାଧାନ ହୋଇପାରୁନି l କାରଣ ବିଏମସି ସହ ଆଲୋଚନା ପରେ ବି ଜିଦରେ ଅଟଳ ଅଛନ୍ତି ଦାରୁଠେଙ୍ଗବାସୀ l ସମାଧାନ ସହ ଟ୍ରିଟ୍‌ମେଣ୍ଟ ପ୍ଳାଣ୍ଟ ଯେ ପର୍ଯ୍ୟନ୍ତ ନ ବସିଛି ସେତେ ପର୍ଯ୍ୟନ୍ତ ଅଳିଆ ପକେଇ ଦେବୁନି ନାହିଁ ବୋଲି ସେମାନେ ରୋକଠୋକ୍‌ ମନା କରିଦେଇଛନ୍ତି ।

ଆବର୍ଜନାରେ ବେହାଲ ରାଜଧାନୀ, ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଯାଉନି ଅଳିଆ ଗାଡି

ଯେଉଁଥିପାଇଁ ସେଠାକୁ ଅଳିଆ ଗାଡି ଯାଇପାରୁ ନାହିଁ l ତେଣୁ ଏବେ ସହରରେ ଯୁଆଡେ ଚାହିଁଲେ ଖାଲି କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇରହିଛି l ରାଜଧାନୀ ପରିମଳ ବ୍ୟବସ୍ଥା ବିଗିଡି ଥିବାବେଳେ ଏହାଦ୍ବାରା ସ୍ମାର୍ଟସିଟିର ଛବି ମଳିନ ହେଉଛି l ସେପଟେ ସୈନିକ ସ୍କୁଲ୍‌ ନିକଟସ୍ଥ ଟିଟିଏସ୍‌ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବାବେଳେ, କେଉଁଠି ଅଳିଆ ପଡିବ ସେନେଇ ବଢିଛି ଚିନ୍ତା । କେହି ବାହାରେ ଆବର୍ଜନା ପକାଇବେ ନାହିଁ, ଘର ଘର ବୁଲି ଗାଡ଼ି ଆବର୍ଜନା ସଂଗ୍ରହ କରିବ ଏଭଳି ଘୋଷଣା ପରେ ପୂର୍ବରୁ ପଡ଼ିଥିବା ବଡ଼ ବଡ଼ ଡଷ୍ଟବିନ୍‌ ଠିକା ସଂସ୍ଥା ଉଠାଇ ନେଇଛନ୍ତି । ତେଣୁ ଆବର୍ଜନା ଏବେ ସବୁ ରାସ୍ତା କଡ଼ରେ ଗଦା ହୋଇରହିଛି । ଅନେକ ସ୍ଥାନରେ ପଚା ଦୁର୍ଗନ୍ଧରେ ନାକ ଫାଟିପଡୁଛି l

ସେପଟେ ବିଏମ୍‌ସି ମେୟର ସୁଲୋଚନା ଦାଶ(mayor sulochana das) କହିଛନ୍ତି ଯେ, ''ଦାରୁଠେଙ୍ଗବାସୀଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା ସରିଛି । ସ୍ଥିତି ସ୍ୱାଭାବିକ ହେବ l ସେମାନେ କିଛି ପ୍ରସ୍ତାବ ରଖିଛନ୍ତି । ଏ ବାବଦରେ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ଓ ବୁଝାମଣା ଚାଲିଛି । ଖୁବଶୀଘ୍ର ସମାଧାନ ପାଇଁ ବାଟ ଫିଟିବ ଏବଂ ସେଠାରେ ହେବାକୁ ଥିବା ପ୍ରକଳ୍ପ ଆରମ୍ଭ ହେବ ।''

ଏହାମଧ୍ୟ ପଢନ୍ତୁ: ଦାବି ମାନିଲା BMC, ରାଜଧାନୀରୁ ଉଠିବ ଅଳିଆ

ତେବେ ଦାରୁଠେଙ୍ଗ ଡର୍ମ୍ପିୟାର୍ଡର ସମସ୍ୟା ଲାଗି ରହିଥିବାବେଳେ, ଅଳିଆ ପକାଇବା ପାଇଁ ବିଏମସି ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ l ତେଣୁ ଯେଉଁଠି କାମ ହେବା କଥା ବା ଆବର୍ଜନା ଉଠିବା କଥା ସେଠାରୁ ମଧ୍ୟ ଅଳିଆ ଆବର୍ଜନା ଉଠି ପାରୁନାହିଁ । ଯଦି ଏପରି ଅବସ୍ଥା ଲାଗିରୁହେ ତେବେ ଅଳିଆମୟ ରାଜଧାନୀ ସୁନିଶ୍ଚିତ l

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details