ଭୁବନେଶ୍ବର:ପାଞ୍ଚ ଦଫା ଦାବି ନେଇ ପୁଣି ଥରେ ଧାରଣା ସ୍ଥଳରେ ଗର୍ଜିଲେ ଗାଁ ସାଥୀର କର୍ମକର୍ତ୍ତା । ଦରମା ବୃଦ୍ଧି ଓ ଚାକିରୀର ସ୍ଥାୟିତ୍ବକୁ ନେଇ 'ଗାଁ ସାଥୀ ମିଳିତ କ୍ରିୟାନୁଷ୍ଠାନ କମିଟି'ର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ବାଳଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଗାଁ ସାଥୀ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହା ବି ପଢନ୍ତୁ: ଗାଁ ସାଥିଙ୍କ ପ୍ରତିବାଦ; ଘେରାଉ କଲେ ଜିଲ୍ଲାପାଳ କାର୍ଯ୍ୟାଳୟ
ଦୀର୍ଘ ୬୧ ଦିନ ଧରି ଏମାନେ ଧାରଣାରେ ବସିଥିଲେ । ହେଲେ ସେମାନେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାକୁ ନେଇ ଆଜି ୩୦ ହଜାର କର୍ମୀ ଲିଙ୍ଗରାଜ ମନ୍ଦିରରୁ ଚାଲି ଚାଲି ଶୋଭାଯାତ୍ରା କରି ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଆସିଥିଲେ।