ଭୁବନେଶ୍ବର:ଲୋୟର ପିଏମଜିରେ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କଲେ ଧାରଣାରତ ଗାଁ ସାଥୀ । ଦୀର୍ଘ ଦିନ ହେଲା ଆନ୍ଦୋଳନ ବସିଥିବା ଗାଁ ସାଥୀମାନେ ଦାବି ପୂରଣ ନହେବାରୁ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି । ଆନ୍ଦୋଳନରେ ବସିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।
ରାଜଧାନୀରେ ପ୍ରାୟ ୫ ଜଣ ମହିଳା ବେକରେ ରସି ଲଗାଇବା ସହ ଦେହରେ କିରୋସିନ ଢାଳିହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାୟ ୫ ଜଣଙ୍କୁ କାବୁ କରିବା ସହ କିଛି ଲୋକଙ୍କୁ ହସ୍ପିଟାଲକୁ ପଠାଯାଇଛି । ଧାରଣାସ୍ଥଳରେ ଏଭଳି ଆତ୍ମାହୁତି କାର୍ଯ୍ୟକୁ ବେଆଇନ ବୋଲି କହିଛନ୍ତି ଭୁବନେଶ୍ବର ପୋଲିସ ଡିସିପି।