ଓଡିଶା

odisha

ETV Bharat / city

ଆନ୍ଦୋଳନରୁ ଓହରିବେ ଗାଁ ସାଥୀ ଓ ମେଟ ସଂଘ - ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବେ ଆନ୍ଦୋଳନରତ ଗାଁ ସାଥୀ ଓ ମେଟ ସଂଘ । ଅଧିକ ପଢନ୍ତୁ...

Gaon sathi strike withdraw
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

By

Published : Nov 28, 2019, 9:25 PM IST


ଭୁବନେଶ୍ବର: ଆନ୍ଦୋଳନରୁ ଓହରିବେ ଆନ୍ଦୋଳନରତ ଗାଁ ସାଥୀ ଓ ମେଟ ସଂଘ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସଂଘର ଆଲୋଚନା ପରେ ଏହି ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ସଂଘକୁ ବାର୍ଷିକ ସର୍ବନିମ୍ନ 100 ଦିନର କାମ ସହ ଦୈନିକ ଅଣକୁଶଳୀ ଶ୍ରମିକଙ୍କ ହାରରେ 338 ଟଙ୍କା ଭତ୍ତା ଆକାରରେ ପ୍ରଦାନ କରାଯିବ । ଏଥିଦ୍ବାରା 1 ଲକ୍ଷ 6 ହଜାର ଗ୍ରାମ ସେବକ ଓ ମେଟ ଉପକୃତ ହେବେ । ଆଲୋଚନା ପରେ ସଂଘ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ।

ସୂଚନାଯୋଗ୍ୟ, ଗତ 25 ଦିନ ଧରି ଗାଁ ସାଥୀ ଓ ମେଟ ସଂଘ ଆନ୍ଦୋଳନ ଚଳାଇଥିଲେ ।

ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ

ABOUT THE AUTHOR

...view details