ଭୁବନେଶ୍ବର: ରାଜ୍ୟରେ ଏଡସର ପ୍ରଥମ ହଟସ୍ପଟ ଭାବେ ଚିହ୍ନଟ ଗଞ୍ଜାମ ଜିଲ୍ଲା ଏବେ ବି ଏଡସ ସଂକ୍ରମଣରେ ପ୍ରଥମରେ ରହିଛି । ଏନେଇ ମତ ପ୍ରକାଶ କରିଛନ୍ତି ଡାକ୍ତର ସଂଯୁକ୍ତା । ରାଜ୍ୟରେ ବର୍ଷକୁ ବର୍ଷ ଏହି ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଏହାର ନିରାକରଣ ପାଇଁ ଅହରହ ଉଦ୍ୟମ ଜାରି ରହିଛି । 2030 ସୁଦ୍ଧା ଏହାର ହାର ସର୍ଵନିମ ସ୍ତରକୁ ଆଣିବାକୁ whoର ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ରାଜ୍ୟରେ 1091 ନୂଆ ଏଡ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଗଞ୍ଜାମ ଜିଲ୍ଲାର ସଂଖ୍ୟା ସର୍ବାଧିକ ଥିବା ଜଣାପଡିଛି। ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରେ ମୁଖ୍ୟତଃ ପ୍ରବାସୀ ରହିଛନ୍ତି । ଓଡ଼ିଶାର 56 ହଜାର ସଂକ୍ରମିତଙ୍କ ମଧ୍ୟରେ 15 ରୁ 49 ବୟସ ବର୍ଗର ଲୋକମାନେ ଅଧିକ ଥିବା ବେଳେ ବର୍ତ୍ତମାନ ସମୟରେ 15 ରୁ 25 ବର୍ଷ ବୟସର ଲୋକମାନେ ଅଧିକ ସଂକ୍ରମିତ ହେଉଥିବା ସୂଚନା ରହିଛି। ଏଡ୍ସ ଏପରି ଏକ ମହାମାରୀ ଯାହାର ନିରାକରଣ ପାଇଁ ଏପର୍ଯ୍ୟନ୍ତ ମଧ୍ୟ କୌଣସି ପ୍ରକାର ଔଷଧ ବାହାରି ପାରିନାହିଁ। ଯାହାଫଳରେ ସାରା ବିଶ୍ବରେ କୋଟି କୋଟି ଲୋକ ମୃତ୍ୟୁବରଣ କରୁଥିବା ବେଳେ ଏହା କବଳରୁ ରକ୍ଷା ପାଇବାର ଗୋଟିଏ ଉପାୟ ହେଉଛି ସଚେତନତା ଅବଲମ୍ବନ କରିବା।
ଏଡ୍ସ ସଂକ୍ରମଣରେ ଏବେବି ପ୍ରଥମ ଗଞ୍ଜାମ ! - Ganjam district is still the first to be infected with AIDS!
ଦେଶ ତୁଳନାରେ ରାଜ୍ୟରେ କମ ରହିଛି ଏଡସ ସଂକ୍ରମଣ ହାର । ସୂଚନା ଦେଲେ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ପ୍ରୋଜେକ୍ଟ ନିର୍ଦେଶକ । ଅଧିକ ପଢନ୍ତୁ...
ଦେଶ ତୁଳନାରେ ରାଜ୍ୟରେ ଏହି ସଂକ୍ରମଣ ହାର ବେଶ କମ ଥିବା କହିଛନ୍ତି ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ପ୍ରୋଜେକ୍ଟ ନିର୍ଦେଶକ । ରାଜ୍ୟରେ ଗୋଷ୍ଠୀଗତ ଭାବେ ଗର୍ଭବତୀ ମହିଳାମାନଙ୍କ ଏଚଆଇଭି ଓ ସିଫିଲିସ ରୋଗର ମିଳିତ ଚିହ୍ନଟ ପାଇଁ ଉଦ୍ଦିଷ୍ଟ ଭ୍ୟାନର ଉନ୍ମୋଚନ ଅବସରରେ ଡାକ୍ତର ସାହୁଙ୍କ ସହ ଆଲୋଚନା ମାଧ୍ୟମରେ ସେ ଏହା ପ୍ରକାଶ କରିଛନ୍ତି। ଏହି ବର୍ଗର ଲୋକମାନେ ଏଡ୍ସ ସଂକ୍ରମଣର ଅନ୍ୟତମ ମୁଖ୍ୟ ଆଧାର ହୋଇଥିବା ବେଳେ ସେମାନଙ୍କ ଟେଷ୍ଟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ କରାଯାଉଛି। ଏହି ଡୁଆଲ ଟେଷ୍ଟିଙ୍ଗ କୀଟ ମାଧ୍ୟମରେ ସାରା ରାଜ୍ୟରେ 6 ଲକ୍ଷ ଟେଷ୍ଟ କରାଯିବାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 52067 ଏଡ୍ସ ସଂକ୍ରମିତ ପଞ୍ଜିକୃତ ହୋଇଥିବା ବେଳେ 21 ହଜାର ଲୋକ ଆଣ୍ଟି ରେଟ୍ରା ଭାଇରାଲ ଥେରାପି(ଏଆରଟି)ଚିକିତ୍ସାରେ ଥିବା ଜଣାପଡିଛି। ତେବେ ଏହି କୋରୋନା ସମୟରେ 26 ହଜାର ସଂକ୍ରମିତ ଲୋକ ରାଜ୍ୟର ଏଆରଟି ସେଣ୍ଟରରୁ ଏହି କରୋନା ସମୟରେ ଔଷଧ ଦିଆଯାଇଥିବା ସେ କହିଛନ୍ତି। ଯେଉଁଥିରୁ 5 ହଜାର ପ୍ରବାସୀ ରହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ