ଓଡିଶା

odisha

ETV Bharat / city

ଗଞ୍ଜାମ ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କଲେ ବାଚସ୍ପତି - Ganjam corona situation

ଗଞ୍ଜାମ ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କଲେ ବାଚସ୍ପତି
ଗଞ୍ଜାମ ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କଲେ ବାଚସ୍ପତି

By

Published : May 10, 2020, 11:26 AM IST

Updated : May 10, 2020, 2:24 PM IST

11:18 May 10

ଗଞ୍ଜାମ ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କଲେ ବାଚସ୍ପତି

ଗଞ୍ଜାମ ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କଲେ ବାଚସ୍ପତି

ଭୁବନେଶ୍ବର: ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଞ୍ଜାମ ଜିଲ୍ଲାର କୋରୋନା ସମୀକ୍ଷା କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ କ୍ରମାଗତ ଭାବେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବାଚସ୍ପତି ଚିନ୍ତାବ୍ୟକ୍ତ କରିଛନ୍ତି । ଏହା ସହ ଗଞ୍ଜାମରେ ଆଉ ଏକ 200ରୁ 300 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଥିବା ବାଚସ୍ପତି ପ୍ରକାଶ କରିଛନ୍ତି । ଭୁବନେଶ୍ବରର ଓକାକ ସେଣ୍ଟରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଆଲୋଚନା ବେଳେ ସେ ଏହି ପ୍ରସ୍ତାବ ଦେଇଛନ୍ତି ।  

ଗଞ୍ଜାମରେ 200 ବେଡ଼ ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ ରହିଥିବା ବେଳେ ବାଚସ୍ପତି ଆଉ ଏକ କୋଭିଡ ହସ୍ପିଟାଲ ତୁରନ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । କାରଣ ଯେଉଁ କୋଭିଡ ହସ୍ପିଟାଲ ବର୍ତ୍ତମାନ ସମୟରେ ଅଛି ସେଥିରେ 200 ବେଡ଼ ରହିଛି । ତେବେ ଗଞ୍ଜାମରେ 108ରେ ପହଂଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଆସନ୍ତା ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା 300 ଟପିଯିବାର ସମ୍ଭାବନା ରହିଛି ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି ।  

ଅନ୍ୟପଟେ ଗାଁ ଭିତରେ ରହିଥିବା କ୍ବାରେଣ୍ଟାଇନ ସେଣ୍ଟର ଗୁଡିକୁ ଗାଁ ବାହାରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଦ ରହିଥିବା ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକରେ ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟରରେ ପରିଣତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଗଞ୍ଜାମ ଜିଲ୍ଲାରେ କୋରୋନା ମୁକାବିଲା କରୁଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି।

ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବାଚସ୍ପତିଙ୍କୁ ଗଞ୍ଜାବର ବର୍ତ୍ତମାନର ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା । ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମଧ୍ୟ ସେ ଜଣାଇଥିଲେ । ଜିଲ୍ଲାପାଳଙ୍କ ସହ ଏହି ବୈଠକରେ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।  

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ 

Last Updated : May 10, 2020, 2:24 PM IST

ABOUT THE AUTHOR

...view details