ଓଡିଶା

odisha

ETV Bharat / city

ଗଞ୍ଜାମ ବସ ଟ୍ରାଜେଡି; 'ଦୋଷୀଙ୍କୁ ଦିଆଯିବ ଉଚିତ ଦଣ୍ଡ' - ଲୋକସେବା ଭବନ

ଗଞ୍ଜାମ ଜିଲ୍ଲାରେ ଗତକାଲି ହୋଇଥିବା ବସ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସୋମବାର ଲୋକସେବା ଭବନରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଅଧିକ ଖବର ପଢନ୍ତୁ...

ଗଞ୍ଜାମ ବସ ଟ୍ରାଜେଡି; 'ଦୋଷୀଙ୍କୁ ଦିଆଯିବ ଉଚିତ ଦଣ୍ଡ'
ଗଞ୍ଜାମ ବସ ଟ୍ରାଜେଡି; 'ଦୋଷୀଙ୍କୁ ଦିଆଯିବ ଉଚିତ ଦଣ୍ଡ'

By

Published : Feb 10, 2020, 12:33 PM IST

Updated : Feb 10, 2020, 2:34 PM IST

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଗତକାଲି ହୋଇଥିବା ବସ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏହି ଘଟଣାର ତଦନ୍ତ ପାଇଁ ସୁପରିଟେଣ୍ଡେଣ୍ଟ
ଇଞ୍ଜିନିୟର ଆଣ୍ଡ ଇଲେକ୍ଟ୍ରିକାଲ ଇନସ୍ପେକ୍ଟରଙ୍କୁ ଦାୟିତ୍ବ ଦିଆଯାଇଛି । ସେ ତଦନ୍ତ ରିପୋର୍ଟ ପ୍ରଦାନ କରିବେ।

ଗଞ୍ଜାମ ବସ ଟ୍ରାଜେଡି; 'ଦୋଷୀଙ୍କୁ ଦିଆଯିବ ଉଚିତ ଦଣ୍ଡ'

ପରେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସୋମବାର ଲୋକସେବା ଭବନରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ।

ତେବେ କଣ ପାଇଁ ଏତେବଡ ଅଘଟଣ ଘଟିଗଲା ସେନେଇ ବିସ୍ତୃତ ଭାବେ ଏହି ବୈଠକରେ ଆଲୋଚନା କରାଯିବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Feb 10, 2020, 2:34 PM IST

ABOUT THE AUTHOR

...view details