ଭୁବନେଶ୍ବର: ଓଡିଶାରୁ ମହାରାଷ୍ଟ୍ର। ଲମ୍ବିଛି ଗଞ୍ଜେଇ ଚୋରାଚାଲାଣର ଚେର । କୋରାପୁଟ ଦେଇ ହେଉଛି ଚାଲାଣ। ଏମିତି ଏକ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ଗୁମର ଖୋଲିଛି ଏସଟିଏଫ ଟିମ । ଟିମ ହାତରେ ଧରାପଡିଛି ମହାରାଷ୍ଟ୍ରର ଜଣେ ଯୁବକ।
ମହାରାଷ୍ଟ୍ରର ଜଲୋଗାଓଁ ଜିଲ୍ଲାର ପ୍ରକାଶ ଦୁର୍ଯ୍ୟୋଧନ ମୋହିତେକୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ଏସଟିଏଫ । କିପରି ଗଂଜେଇ ଚାଲାଣ ହେଉଥିଲା ଏହା ପଛରେ କେଉଁମାନଙ୍କ ହାତ ଥିଲା। ଏସବୁ ନେଇ ରିମାଣ୍ଡରେ ପଚରାଉଚରା କରି ଖୁଲାସା କରିବ ଏସଟିଏଫ । ତେବେ ପୁର୍ବରୁ ଏହି ମାମଲାରେ ୬ ଜଣ ଗିରଫ ହୋଇସାରିଛନ୍ତି।