ଭୁବନେଶ୍ବର: ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ କାବୁ କରିଛି NCB । ଏକ ପାର୍ଟସ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି NCB । ୫କ୍ବିଣ୍ଟାଲ ୬କେଜି ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ଏକ ପାର୍ଟସ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଲୁଚାଇ ଆନ୍ଧ୍ର ପ୍ରଦେଶରୁ ହରିୟାଣା ଚାଲାଣ ହେଉଥିବାବେଳେ ବିଶେଷ ସୁତ୍ରରୁ ଖବର ପାଇଥିଲା NCB । ଅତର୍କିତ ଭାବେ ଚନ୍ଦକା ନିକଟରେ ଟ୍ରକକୁ ଅଟକାଇ ୧୨ଚକିଆ ଟ୍ରକରୁ(PB-11CR-2958) ୫କ୍ବିଣ୍ଟାଲ୬କେଜି ଗଜେଇ ଜବତ କରିଥିଲା ଟିମ । ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଏନସିବି ଟିମ ।