ଓଡିଶା

odisha

ETV Bharat / city

ପାଣି ଟ୍ଯାଙ୍କର ଭିତରେ ଗଞ୍ଜେଇ ଚାଲାଣ, ଏସଟିଏଫ ହାତରେ ଧରାପଡିଲେ ୫ ଅଭିଯୁକ୍ତ

ନୂଆ ଢଙ୍ଗରେ ଗଞ୍ଜେଇ ଚାଲାଣ ବେଳେ ଏସଟିଏଫ ହାତରେ ଧରାପଡିଲେ ଗଞ୍ଜେଇ ବେପାରୀ । ଓଡିଶାରୁ ଗଞ୍ଜେଇ ନେଇ ବାହାରକୁ ଚାଲାଣ ବେଳେ ଧରିଛି ସ୍ପେଶାଲ ଟାସ୍କ ଫୋର୍ସ ଟିମ। କୋରାପୁଟ ନନ୍ଦପୁର ଥାନା ଅଞ୍ଚଳର ପିତାଗୁଡାର ଏକ ପାଣି ଟ୍ୟାଙ୍କରରେ ଗଞ୍ଜେଇ ବୋଝେଇ ଗାଡି ଜବତ କରିଛି ଟିମ।

ପାଣି ଟ୍ଯାଙ୍କର ଭିତରେ ଗଞ୍ଜେଇ ଚାଲାଣ, ଏସଟିଏଫ ହାତରେ ଧରାପଡିଲେ ୫ ଅଭିଯୁକ୍ତ
ପାଣି ଟ୍ଯାଙ୍କର ଭିତରେ ଗଞ୍ଜେଇ ଚାଲାଣ, ଏସଟିଏଫ ହାତରେ ଧରାପଡିଲେ ୫ ଅଭିଯୁକ୍ତ

By

Published : Jul 28, 2020, 12:44 PM IST

Updated : Jul 28, 2020, 2:04 PM IST

ଭୁବନେଶ୍ବର: ଏସଟିଏଫ ହାତରେ ଧରାପଡିଲେ ଗଞ୍ଜେଇ ବେପାରୀ। ନୂଆ ଢଙ୍ଗରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଏସଟିଏଫ ଟିମ । ଓଡିଶାରୁ ଗଞ୍ଜେଇ ନେଇ ବାହାରକୁ ଚାଲାଣବେଳେ ଧରିଛି ସ୍ପେଶାଲ ଟାସ୍କ ଫୋର୍ସ ଟିମ। କୋରାପୁଟ ନନ୍ଦପୁର ଥାନା ଅଞ୍ଚଳର ପିତାଗୁଡାର ଏକ ପାଣି ଟ୍ୟାଙ୍କରରେ ଗଞ୍ଜେଇ ବୋଝେଇ ଗାଡି ଜବତ କରିଛି ଟିମ।

ପୋଲିସ ଭୟରେ ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଭର୍ତ୍ତି କରି ସପ୍ଲାଏବେଳେ ସୂଚନା ପାଇ ଜବତ କରିଛି ଏସଟିଏଫ । ୮୫୦ କେଜି ଗଞ୍ଜେଇ ସହ ଟ୍ୟାଙ୍କରକୁ ମଧ୍ୟ ଜବତ କରିଛି ଏସଟିଏଫ ଟିମ। ଏଥିସହ ଚାଲାଣ କରୁଥିବା ୫ ବ୍ୟବସାୟୀଙ୍କୁ ଗିରଫ କରିଛି ଓ ସେମାନଙ୍କ ଠାରୁ ୧୭ ହଜାର ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ତେବେ ଗିରଫ ଅଭିଯୁକ୍ତ ମଧ୍ୟରେ ୩ଜଣ ଉତ୍ତରପ୍ରଦେଶର ବ୍ୟବସାୟୀ ଥିବା ଜାଣିବାକୁ ପାଇଛି ଏସଟିଏଫ ଟିମ। ସେମାନେ ହେଲେ ଧରମଜିତ ଶର୍ମା,ରଜନିଶ ଶର୍ମା,କହ୍ନେୟା ସିଂ ବାକି ଦୁଇଜଣ ଓଡିଶାର ବେପାରୀ ମଧୁସୂଦନ ଗୋଲାରୀ ଓ ଉଗ୍ର ପୂଜାରୀ । ୫ ଜଣଙ୍କୁ ଏନଡିପିଏସ ଆକ୍ଟ ୧୯୮୫ର ୨୦( ବି )(ଆଇଆଇ)( ସି )ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭଇ ଭାରତ

Last Updated : Jul 28, 2020, 2:04 PM IST

ABOUT THE AUTHOR

...view details