ଓଡିଶା

odisha

ETV Bharat / city

କାଜୁ ବାହାନାରେ ଗଞ୍ଜେଇ ଚାଲାଣ, ରେଲୱେ ପାର୍ସଲ ବେଳେ ଧରାପଡିଲେ 2 ବେପାରୀ - ରେଲୱେ ପାର୍ସଲ କାଉଣ୍ଟର

କାଜୁ ବାହାନାରେ ଗଞ୍ଜେଇ ଚାଲାଣ । ଦେଢ କ୍ବିଣ୍ଟାଲ ଗଞ୍ଜେଇ ସହ 2ଜଣଙ୍କୁ ଗିରଫ କରିଛି ଆରପିଏଫ ଓ ଜିଆରପି ପୋଲିସ।

କାଜୁ ବାହାନାରେ ଗଞ୍ଜେଇ ଚାଲାଣ, ରେଲୱେ ପାର୍ସଲ ବେଳେ ଧରାପଡିଲା ଗ୍ଯାଙ୍ଗ
କାଜୁ ବାହାନାରେ ଗଞ୍ଜେଇ ଚାଲାଣ, ରେଲୱେ ପାର୍ସଲ ବେଳେ ଧରାପଡିଲା ଗ୍ଯାଙ୍ଗ

By

Published : Aug 2, 2020, 12:52 PM IST

ଭୁବନେଶ୍ବର: ସୀମା ଟପିଲେ ଗଞ୍ଜେଇ ବେପାରୀ। କାଜୁ ବାହାନାରେ ଗଞ୍ଜେଇ ଚାଲାଣ। ଭୁବନେଶ୍ବର ରେଳଷ୍ଟେସନରୁ ଧରାପଡିଲା ବିପୁଳ ପରିମାଣର ଗଞ୍ଜେଇ । ଦେଢ କ୍ବିଣ୍ଟାଲ ଗଞ୍ଜେଇ ସହ 2ଜଣଙ୍କୁ ଗିରଫ କରିଛି ଆରପିଏଫ ଓ ଜିଆରପି ପୋଲିସ।

ସୂଚନାମୁତାବକ, ଜଣେ ବ୍ୟବସାୟୀ କାଜୁ ପଠାଇବା ପାଇଁ ରେଲୱେ ପାର୍ସଲ କାଉଣ୍ଟରକୁ ଆସିଥିଲେ। ପରେ ପ୍ୟାକିଂ ହୋଇଥିବା ଗଞ୍ଜେଇକୁ କାଜୁ କହି କୋରାପୁଟ ପଠାଇବାକୁ ରେଜିଷ୍ଟ୍ରେସନ କରିଥିଲେ। ଏନେଇ ରେଳପାର୍ସଲ କାଉଣ୍ଟରରେ ଓଜନ ବି କରିଥିଲେ। ଦେଢ କୁଇଣ୍ଟାଲ ଓଜନର ପାର୍ସଲ ବୁକିଂ ପାଇଁ ରେଜିଷ୍ଟ୍ରି ବି ହୋଇଥିଲା। ହେଲେ ଏତେ ଓଜନ ଦେଖି ଆରପିଏଫ ଏବଂ ରେଲୱେ ଷ୍ଟାଫଙ୍କୁ ସନ୍ଦେହ ହୋଇଥିଲା। ଏନେଇ ପ୍ୟାକେଟ ଖୋଲିବାକୁ କହିଥିଲେ। ହେଲେ ସେ ପ୍ୟାକେଟ ଖୋଲିବାକୁ ନାରାଜ ହୋଇଥିଲା। ପରେ ଆରପିଏଫ ଓ ଜିଆରପି ଉପସ୍ଥିତିରେ ପ୍ୟାକେଟ ଖୋଲାଯାଇଥିଲା ଆଉ ପୋଲିସ ଜାଣିବାକୁ ପାଇଥିଲା ଗଞ୍ଜେଇ ଚାଲାଣର ସୁରାଗ। ଦେଢ କ୍ବିଣ୍ଟାଲ ଗଞ୍ଜେଇ ଯାହା ଆନୁମାନିକ ମୁଲ୍ୟ ୫ ଲକ୍ଷ ଟଙ୍କା ହେବ। ଏନେଇ 2ଜଣଙ୍କୁ ଗିରଫ କରି ଏନଡିପିଏସ ଆକ୍ଟରେ ଗିରଫ କରିଛି ଜିଆରପି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details