ଓଡିଶା

odisha

ETV Bharat / city

ପୋଲିସ ପଞ୍ଝାରୁ ବଞ୍ଚିବାକୁ ବାଂଲାଦେଶରେ ରହୁଥିଲା ଟିଟୋ - bhubaneswar

ଗ୍ୟାଙ୍ଗଷ୍ଟାର ଟିଟୋକୁ ବଡ ଝଟକା । ବେଆଇନ କାମରେ ସାହାଯ୍ୟ କରୁଥିବା ଟିଟୋର ଦୁଇ ଭାଇ ଓ ସଢୁକୁ ଜେଲ ପଠାଇଛି ଏସଟିଏଫ। ଅନ୍ୟପଟେ ଏକ ତଥ୍ଯ ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଅନେକ ସମୟରେ ଟିଟୋ ପୋଲିସ ସ୍କାନରରୁ ବର୍ତ୍ତିବାକୁ ବାଂଲାଦେଶରେ ଯାଇ ରହୁଥିଲା ବୋଲି ତଥ୍ୟ ପାଇଛି ଏସଟିଏଫ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jun 20, 2019, 8:37 PM IST

ଭୁବନେଶ୍ବର: ଗ୍ଯାଙ୍ଗଷ୍ଟାର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋର ବାଂଲାଦେଶୀ ଲିଙ୍କ । ଟିଟୋର ୨ ଭାଇ ଓ ସଢୁ ଗିରଫ ହେବା ପରେ ସେମାନଙ୍କ ଠାରୁ ଏଭଳି କିଛି ଲିଙ୍କ ପାଇଛି ଏସଟିଏଫ। ଏପରିକି ଅନେକ ସମୟରେ ଟିଟୋ ପୋଲିସ ସ୍କାନରରୁ ବର୍ତ୍ତିବାକୁ ବାଂଲାଦେଶରେ ଯାଇ ରହୁଥିଲା । ଏପରିକି ବାଂଲାଦେଶରେ ରହି ମଧ୍ଯ ସୁନା ସ୍ମଗଲିଂ କରୁଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେଠାରୁ କମ ଦରରେ ଆଣି ଏଠାରେ ଅଧିକ ଦାମରେ ବିକ୍ରି ହେଉଥିଲା ସୁନା । ତେବେ ଗିରଫ ହୋଇଥିବା ଦୁଇ ଭାଇ ସୟଦ ଆସଫାକ ଅଲ୍ଲି ଓରଫ ଜି. ବାବୁ , ସଢୁ ଅମଜାଦ ଦୁହେଁ ଟିଟୋକୁ ଅନେକ ବେଆଇନ ବାଲି ଟେଣ୍ଡର ଓ ମାଫିଆ ରାଜରେ ସାହାର୍ଯ୍ୟ ବି କରୁଥିଲେ । ଏପରିକି ଅପହରଣ ଓ ଦାଦାବଟି ଭଳି ସଙ୍ଗୀନ ମାମଲା ମଧ୍ଯ ସେମାନଙ୍କ ନାଁରେ ରହିଛି।

ଅନ୍ଯପଟେ ଗିରଫ ହୋଇଥିବା ସୟଦ ଇଫତିକାର ଅଲ୍ଲୀ ଟିଟୋର ଭାଇ ତା ନାଁରେ ନୟାପଲ୍ଲୀରେ ଜଣେ ଟାୟାର ଦୋକାନୀ ସେଖ ଚୁରହାକୁ ୨୦୦୫ରେ ଷ୍ଟୁଆର୍ଟ ସ୍କୁଲ ନିକଟରେ ହତ୍ଯା କରିଥିଲା । ଅନ୍ଯପଟେ ଟିଟୋକୁ ଅନେକ ଅପରାଧରେ ସହଯୋଗ କରୁଥିଲା । ତେବେ ଏମାନଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଥିଲା । କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଏମାନଙ୍କୁ ଜେଲ ହୋଇଛି ।

ତେବେ ସବୁଠୁ ବଡ କଥା ହେଉଛି ଏମାନେ ଅନେକ ସମୟରେ ପୋଲିସ ସ୍କାନରରୁ ଫେରାର ଥିଲେ। ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ରହୁଥିଲେ। ତେବେ ଇଦରେ ଆସିଥିବା ସମୟରେ ସୁରାକ ଲାଗିଥିଲା ଏସଟିଏଫ ହାତରେ । ଯାହାକୁ ନେଇ ନିଜ ନେଟୱାର୍କର ଜାଲ ବିଛାଇ ଏମାନଙ୍କୁ ରାତି ଅଧରେ ଗିରଫ କରିବାରେ ସକ୍ଷମ ହୋଇଥିଲେ ଏସଟିଏଫ ଟିମ । ଏମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ସହ ଦୁଇ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଅନେକ ତଥ୍ଯ ଏବେ ପଦାକୁ ଆସିବା ପରେ ଏବେ ଟିଟୋର ବାଂଲାଦେଶୀ ଲିଙ୍କ ଓ ବେଆଇନ ଖଣି ଖାଦାନ ସମ୍ପର୍କରେ ଖୋଳତାଡ କରିଫ ଏସଟିଏଫ। ତେବେ ଖୁବଶିଘ୍ର ଟିଟୋକୁ ରିମାଣ୍ଡରେ ଆଣିପାରେ ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details